୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ଘୋଷଣା କଲା ବିଜୁ ଜନତା ଦଳ । ଜାଣନ୍ତୁ, କେଉଁ ନେତାଙ୍କୁ ମିଳିଲା କେଉଁ ଜିଲ୍ଲାର ଦାୟିତ୍ୱ?

Advertisment
୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ଘୋଷଣା କଲା ବିଜୁ ଜନତା ଦଳ । ଜାଣନ୍ତୁ, କେଉଁ ନେତାଙ୍କୁ ମିଳିଲା କେଉଁ ଜିଲ୍ଲାର ଦାୟିତ୍ୱ?

କନକ ବ୍ୟୁରୋ: ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି ବିଜୁ ଜନତା ଦଳ । ଦଳ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ବିଜେଡି ନେତାଙ୍କୁ ଭିନ୍ନ ଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । କିଛି ନେତାଙ୍କୁ ଦୁଇଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବାବେଳେ, ଆଉ କିଛି ନେତାଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁୁଲାଇବାକୁ ଦିଆଯାଇଛି ।

ପଶ୍ଚିମ ଓଡିଶାର ଟାଣୁଆ ନେତା ସୁଶାନ୍ତ ସିଂହଙ୍କୁ ବଲାଙ୍ଗୀର ଓ ଦେବଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇଥିବାବେଳେ, ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ସେହିପରି ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କୁ ଗଜପତି ଓ ରାୟଗଡା, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କେନ୍ଦୁଝର ଓ ମୟୂରଭଞ୍ଜ, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରିର ଦାୟିତ୍ୱ ଦିଆଯାଇଛି । publive-imageଅନ୍ୟପଟେ ପ୍ରଶାନ୍ତ ମୁଦୁଲିଙ୍କୁ ଅନୁଗୁଳ, ପ୍ରତାପ ଦେବଙ୍କୁ ବାଲେଶ୍ୱର, ସୁଧୀର ସାମଲଙ୍କୁ ବରଗଡ, ପ୍ରଣବ ବଳବନ୍ତରାୟଙ୍କୁ ଭଦ୍ରକ, ଉଷା ଦେବୀଙ୍କୁ କଟକର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଅରୁଣ ସାହୁଙ୍କୁୁ ଜଗତସିଂହପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ସେହିପରି ବିଜୟ ନାୟକଙ୍କୁ କନ୍ଧମାଳ, ପ୍ରଫୁଲ ମଲ୍ଲିକଙ୍କୁ କେନ୍ଦ୍ରାପଡା, ଇଶ୍ୱର ପାଣିଗ୍ରାହୀଙ୍କୁ ନବରଙ୍ଗପୁର, ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ନୟାଗଡର ଦାୟିତ୍ୱ ପ୍ରଦାନ କରାଯାଇଛି ।

ଅନ୍ୟପଟେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ନୂଆପଡା, ରଣେନ୍ଦ୍ର ପ୍ରତାପ ସ୍ୱାଇଙ୍କୁ ପୁରୀ, ନଳିନୀକାନ୍ତ ପ୍ରଧାନଙ୍କୁ ସମ୍ବଲପୁର, ପ୍ରୀତିରଞ୍ଜନ ଘଡେଇଙ୍କୁ ସୁନ୍ଦରଗଡ, ନବକିଶୋର ଦାସଙ୍କୁ କଳାହାଣ୍ଡି, ପ୍ରଦୀକ କୁମାର ଅମାତଙ୍କୁ ଗଞ୍ଜାମ, ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ, ଅଶୋକ ପଣ୍ଡାଙ୍କୁ ଯାଜପୁର, ଶାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡା ଓ ରୋହିତ ପୂଜାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe