ଜନ୍ମ ବାର୍ଷିକୀରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ କ୍ଷୀରରେ ସ୍ନାନ କରାଇଲେ ଅନୁଗତ । ପୋଲସରାରୁ ଆସିଛି ଏଭଳି ଦୃଶ୍ୟ ।

73

କନକ ବ୍ୟୁରୋ: ବିଜୁ ବାବୁଙ୍କୁ କ୍ଷୀର ସ୍ନାନ । ବିଜୁ ପଟ୍ଟନାୟକଙ୍କ ୧୦ତମ ଜୟନ୍ତୀ ଅବସରରେ ଏଭଳି ଦୃଶ୍ୟ ଆସିଛି ଗଞ୍ଜାମ ଜିଲ୍ଲା ପୋଲସରାରୁ । ପୋଲସରାର ବିଜେଡି ନେତ୍ରୀ ରୀନାରାଣି ଦେବୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ କ୍ଷୀର ଢାଳିଛନ୍ତି । ଶତାଧିକ ମହିଳା ସମର୍ଥକଙ୍କୁ ସାଥିରେ ଧରି ପୋଲସରା ମୁଖ୍ୟ ବଜାରରେ ପହଞ୍ଚିଥିଲେ ରୀନାରାଣି । ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ କ୍ଷୀର ଢାଳି ଆଗାମୀ ନିର୍ବାଚନ ପାଇଁ ଆଶୀର୍ବାଦ ଲୋଡି ଥିବା ସୂଚନା ଦେଇଛନ୍ତି ବିଜେଡିର ଏହି ଆଶାୟୀ ପ୍ରାର୍ଥୀ ।