ଫ୍ରାଇଡେ ରିଲିଜ୍ : ପରଦାକୁ ଆସୁଛି ଅନୁଭବଙ୍କ ‘ବିଜୁ ବାବୁ’ । ଫିଲ୍ମକୁ ନେଇ ଦର୍ଶକ ମଧ୍ୟରେ ଉତ୍କଣ୍ଠା

166

କନକ ବ୍ୟୁରୋ : ଆଜି ପରଦାକୁ ଆସିବ ଓଲିଉଡର ଚର୍ଚ୍ଚିତ ଫିଲ୍ମ ବିଜୁବାବୁ । ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ମୁଖ୍ୟ ନାୟକ ଅଛନ୍ତି ଅନୁଭବ ମହାନ୍ତି । ମୋଟ ୯୦ରୁ ଅଧିକ ସିନେମା ହଲରେ ଫିଲ୍ମଟି ରିଲିଜ୍ ହେଉଥିବା ସୂଚନା ମିଳିଛି ।

ସିନେମାରେ ଅନୁଭବ ମହାନ୍ତିଙ୍କ ଚରିତ୍ର ବିଜୁ ବାବୁଙ୍କ ଚରିତ୍ରରୁ ଅନୁପ୍ରାଣିତ ହୋଇଛି । ଏଥିରେ ପ୍ରଥମ ଥର ପାଇଁ ପରଦାରେ ଅନୁଭବଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ ସୁପ୍ରିୟା । ଅକ୍ଷୟ ପରିଜା ଫିଲ୍ମସ୍, ପ୍ରକାଶ ଫିଲ୍ମସ୍, ବ୍ୟାନରରେ ପ୍ରସ୍ତୁତ ହୋଇଛି ଫିଲ୍ମ ବିଜୁ ବାବୁ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ଗୀତ ଗୁଡିକ ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଛି । ବଲିଉଡ୍ ମୁଭି ଜଙ୍ଗଲି ଓ ନୋଟବୁକ୍ ମଧ୍ୟ ଆଜି ପରଦାକୁ ଆସୁଛି ।