ଆସନ୍ତା ୨୯ରେ ମୁକ୍ତିଲାଭ କରିବ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ବିଜୁ ବାବୁ’ : ବିଜୁ ବାବୁଙ୍କ ଭୂମିକାରେ ଆସୁଛନ୍ତି ଅନୁଭବ

Advertisment
ଆସନ୍ତା ୨୯ରେ ମୁକ୍ତିଲାଭ କରିବ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ବିଜୁ ବାବୁ’ : ବିଜୁ ବାବୁଙ୍କ ଭୂମିକାରେ ଆସୁଛନ୍ତି ଅନୁଭବ

source : Sambad

ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ବିଜୁ ବାବୁ’ର ଟ୍ରେଲର ଓ ସଂଗୀତ ଲୋକାର୍ପିତ ହୋଇଯାଇଛି। ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ନିବେଦିତ ଏହା ପ୍ରଥମ ଓଡ଼ିଆ ଫିଚର ଚଳଚ୍ଚିତ୍ର। ବିଜୁ ବାବୁଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଏହି ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କର ପ୍ରକୃତ ଲକ୍ଷ୍ୟ ବୋଲି କହିଛନ୍ତି ଶ୍ରୀ ପଣ୍ଡା। ଦେବୀପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ସେ କହିଛନ୍ତି, “ବିଜୁ ବାବୁଙ୍କ ଭୂମିକାରେ ଅଭିନୟ କରୁଥିବାରୁ ମୁଁ ଗର୍ବିତ। ଚଳଚ୍ଚିତ୍ର ଜରିଆରେ ବିଜୁ ବାବୁଙ୍କ ମହାନ ଆଦର୍ଶ ଯୁବବର୍ଗ ଜାଣିବାକୁ ସୁଯୋଗ ପାଇବେ। ଏହା ସବୁ ମହଲରେ ପ୍ରଶଂସିତ ହେବ ବୋଲି ସେ କହିଛନ୍ତି।“

ମୁଖ୍ୟ ନାୟିକା ସୁପ୍ରିୟା ନାୟକ ଅନୁଭବଙ୍କ ବିପକ୍ଷରେ ଅଭିନୟ କରିଛନ୍ତି। ଏହି ଅବସରରେ ଆଜି ମହାରାଜା ଥିଏଟରରେ ଚଳଚ୍ଚିତ୍ରର ସଂଗୀତ ଲୋକାର୍ପିତ ହୋଇଛି। ପ୍ରେମ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପ୍ରମୁଖ କଣ୍ଠଦାନ କରିଛନ୍ତି। ୪ଟି ସଂଗୀତ ରହିଥିବା ବେଳେ ଡ୍ରାମା, ଆକ୍ସନ, ରୋମାନ୍ସ ଓ କମେଡି ରହିଛି। ଓଲିଉଡରେ ଏହା ନୂଆ ଇତିହାସ ସୃଷ୍ଟି କରିବ ବୋଲି ନିର୍ଦ୍ଦେଶକ କହିଛନ୍ତି। ଚଳଚ୍ଚିତ୍ରଟି ଆସନ୍ତା ୨୯ରେ ସମଗ୍ର ରାଜ୍ୟରେ ମୁକ୍ତିଲାଭ କରିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe