କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହେଉଛି । ବର୍ତ୍ତମାନ କରୋନାର ସ୍ଥିତି ନେଇ ଚିନ୍ତାରେ ପଡିଯାଇଛନ୍ତି ଦିଲ୍ଲୀ ସରକାର । କରୋନା ସଂକ୍ରମଣ ବଢିବା ସହ ଆସନ୍ତା ଦିନରେ କରୋନା କଟଣା ଫେରିପାରେ ବୋଲି ମଧ୍ୟ ଆଶଂକା କରାଯାଉଛି । ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାରି ଭିତରେ କରୋନା ସଂକ୍ରମଣକୁ ନେଇ ଓଡିଶାରେ ଚିନ୍ତା ମଧ୍ୟ ବଢିବାରେ ଲାଗିଲାଣି ।
ତେବେ ଓଡିଶାରେ କରୋନାର କେଉଁଭଳି ସ୍ଥିତି ରହିଛି, ସେନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ବର୍ତ୍ତମାନ ଓଡିଶାରେ ଉଦବେଗ ଜନକ ସ୍ଥିତି ଉପୁଜିନି । ତଥାବି ଆଗାମୀ ୩ରୁ ୪ ସପ୍ତାହ ଆମମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ପୂର୍ବ ସଲହର ଗୁଡିକରେ ଦେଖାଯାଇଛି କି, ଦିଲ୍ଲୀରେ ସଂକ୍ରମଣ ବଢିବାର ମାସକ ପରେ ଓଡିଶାରେ ସଂକ୍ରମଣ ବଢୁଥିବା ନଜିର ରହିଛି । ତେଣୁ ଏହି ସମୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖାସକରି ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ଟିକା ନେଇଯାଆନ୍ତୁ । ଯଦି ସଂକ୍ରମଣ ବଢିବା ଆରମ୍ଭ କରେ ତାହେଲେ ହସ୍ପିଟାଲ ବା ଟ୍ରିଟମେଣ୍ଟ ଷ୍ଟ୍ରାଟେଜି ପରିବର୍ତ୍ତନ କରାଯିବ । ଏହାସହି ବିଜୟ ମହାପାତ୍ର, ସଚେତନ କରାଇ କହିଛନ୍ତିକି, କୌଣସି ଜରୁରୀ କାମ ନଥିଲେ ଭିଡ ମଧୟକୁ ଯାଆନ୍ତୁ ନାହିଁ । ମାସ୍କ ପିନ୍ଧିବା ସହ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।