ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ: ଯୁବ ସଂଗଠନର ନବକଳେବର ପରେ ପ୍ରଥମ ବୈଠକ; ବିଭିନ୍ନ ପ୍ରସ୍ତାବରେ ଲାଗିବ ମୋହର

ତଳସ୍ତରରେ ସଂଗଠନକୁ ସୁଦୃଢ କରିବାକୁ ଆଲୋଚନା

72

କନକ ବ୍ୟୁରୋ: ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି । ବିଜୁ ଯୁବ ଜନତା ଦଳର ନବକଳେବର ପରେ ଏହା ହେବ ପ୍ରଥମ ବୈଠକ । ବୈଠକରେ ଯୁବ ବିଜେଡିର ବିଭିନ୍ନ ପ୍ରସ୍ତାବ ଆଗତ ହେବା ସହ ବିଭିନ୍ନ ପ୍ରସ୍ତାବ ଆଗତ ହେବ ।

ଏହାଛଡା ତୃଣମୂଳ ସ୍ତରରେ ଯୁବକମାନଙ୍କୁ ସଙ୍ଗଠିତ କରାଯାଇ ଦଳର ସଙ୍ଗଠନକୁ କିଭଳି କ୍ରିୟାଶୀଳ କରାଯିବ ସେ ନେଇ ଆଲୋଚନା ହେବ । ବୈଠକରେ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି, ମହାସଚିବଷ ବରିଷ୍ଠ ଉପସଭାପତିଙ୍କ ସହ ୩୫ ସାଙ୍ଗଠନିକ ଜିଲ୍ଲାର ସଭାପତି ଓ ସମସ୍ତ ଜୋନର ଜୋନ ସଭାପତି ସାମିଲ ହୋଇଛନ୍ତି ।