ଏବେ ନଜର ପକାନ୍ତୁ ବିଜେପୁର ନିର୍ବାଚନ ମଣ୍ଡଳୀରେ କିଏ କେବେ ଜିତିଥିଲେ । ୧୯୭୪ରେ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିରୁ ନିର୍ବାଚିତ ହୋଇଥିଲେ ଗଣନାଥ ପ୍ରଧାନ । ୧୯ ହଜାର ୭୫୫ ଖଣ୍ଡ ଅର୍ଥାତ୍ ୫୧.୭୭ ପ୍ରତିଶତ ଭୋଟ ପାଇ ନିର୍ବାଚିତ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀଙ୍କୁ ୭ ହଜାର ୩୭୯ ଭୋଟରେ ସେ ପରାସ୍ତ କରିଥିଲେ ।

Advertisment

publive-image
୧୯୭୭ ନିର୍ବାଚନରେ ମୈଦାନରେ ଥିଲା ୩ ଜଣ ପ୍ରାର୍ଥୀ । ଜନତା ପାର୍ଟି ପ୍ରାର୍ଥୀ ନିତ୍ୟାନନ୍ଦ ଗର୍ତ୍ତିଆ ୨୬ ହଜାର ୪୯୮ ଅର୍ଥାତ୍ ମୋଟ ଭୋଟର ୬୩.୩୭ ପ୍ରତିଶତ ଭୋଟ ପାଇଁ ବାଜି ମାରିନେଇଥିଲେ । କଂଗ୍ରେସର ରାଜୀବ ଲୋଚନ ହୋତାଙ୍କୁ ସେ ୧୨ ହଜାର ୭୭୬ ଭୋଟରେ ପରାସ୍ତ କରିଥିଲେ । ଯାହା ଥିଲା ମୋଟ ଭୋଟର ୩୦.୫୫ ପ୍ରତିଶତ ।

publive-image
୧୯୮୦ରେ ମୈଦାନରେ ଥିଲେ ୪ ଜଣ ପ୍ରାର୍ଥୀ । ଭାରତୀୟ ଜାତୀୟ କଂଗ୍ରେସ (ଆଇ) ପ୍ରାର୍ଥୀ ରାଜୀବ ଲୋଚନ ହୋତା ବାଜି ମାରିନେଇଥିଲେ । ୨୩ ହଜାର ୬୫୬ ଭୋଟ ପାଇ ସେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଶିବ ପ୍ରସାଦ ପଧାନଙ୍କୁ ସେ ପରାସ୍ତ କରିଥିଲେ । ଉଭୟଙ୍କ ଭିତରେ ଭୋଟ ବ୍ୟବଧାନ ଥିଲା ୧୧ ହଜାର ୬୩୦ ଯାହା ମୋଟ ଭୋଟର ୨୩.୯୫ ପ୍ରତିଶତ ।

publive-image
୧୯୮୫ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଜନତା ପାର୍ଟିର ନିକୁଂଜ ବିହାରୀ ସିଂ । ସେ ୩୩ ହଜାର ୬୯୧ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସରସ୍ୱତୀ ପ୍ରଧାନ ୨୨ ହଜାର ୮୮୦ ଭୋଟ ପାଇଥିଲେ । ଉଭୟଙ୍କ ଭୋଟ ମଧ୍ୟରେ ବ୍ୟବଧାନ ଥିଲା ୧୦ ହଜାର ୮୧୧, ଯାହା ମୋଟ ଭୋଟର ଥିଲା ୧୮.୭୬ ପ୍ରତିଶତ ।

publive-image
୧୯୯୦ରେ ଜନତା ଦଳ ଟିକେଟରୁ ନିକୁଂଜ ବିହାରୀ ସିଂ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୈଦାନରେ ଥିଲେ ମୋଟ ୬ ଜଣ ପ୍ରାର୍ଥୀ । ୪୮ ହଜାର ୯୩୪ ଅର୍ଥାତ୍ ୬୩.୫୪ ପ୍ରତିଶତ ଭୋଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠଙ୍କୁ ସେ ପରାସ୍ତ କରିଥିଲେ । ରିପୁନାଥ ୨୨ ହଜାର ୪୯ ଭୋଟ ପାଇଥିବା ବେଳେ ସେ ନିକୁଂଜ ସିଙ୍କ ଠାରୁ ୨୬ ହଜାର ୮୮୫ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।

publive-image
୧୯୯୧ରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ତତ୍କାଳୀନ ବିଧାୟକ ନିକୁଞ୍ଜ ସିଂହଙ୍କ ଆକସ୍ମିକ ବିୟୋଗରେ ବିଜେପୁର ଆସନ ପାଇଁ ଉପ-ନିର୍ବାଚନ ହୋଇଥିଲା। ନିର୍ବାଚନରେ ସ୍ୱର୍ଗତ ବିଧାୟକଙ୍କ ବିଧବା ପତ୍ନୀ କିଶୋରୀ ମଣି ସିଂହ ନିର୍ବାଚିତ ହୋଇଥିଲେ । ଜନତା ଦଳ ପ୍ରାର୍ଥୀ କିଶୋରୀ ମଣି ସିଂହ, ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ମୋହନ ନାଗଙ୍କୁ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। କିଶୋରୀ ମଣି ସିଂହ ୪୪,୭୫୬ ଭୋଟ ପାଇଥିବା ବେଳେ ମୋହନ ନାଗଙ୍କ ଖାତାକୁ ୨୪,୨୬୪ ଖଣ୍ଡ ଭୋଟ ଯାଇଥିଲା। ଏହି ନିର୍ବାଚନରେ ବିଜେପୁରରୁ ପ୍ରାର୍ଥୀ ହୋଇଥିବା ଘନଶ୍ୟାମ ସାହୁ ୮,୩୮୬ ଭୋଟ ପାଇଥିଲେ। ୧୯୯୧ ଉପ-ନିର୍ବାଚନରେ ଦୁଇଥର (୧୯୮୫ ଓ ୧୯୯୦) ନିର୍ବାଚିତ ବିଧାୟକ ସ୍ୱର୍ଗତ ନିକୁଞ୍ଜ ସିଂହଙ୍କ ପତ୍ନୀ କିଶୋରୀ ମଣି ସିଂହ ନିର୍ବାଚିତ ହୋଇଥିଲେ ।

publive-image
୧୯୯୫ରେ କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୪୦ ହଜାର ୮୧୩ ଭୋଟ ପାଇ ସେ ଆସିଥିଲେ ବିଧାନସଭା । ଯାହା ଥିଲା ମୋଟ ଭୋଟର ୩୫.୩୩ ପ୍ରତିଶତ । ୧୯୯୫ରେ ମୈଦାନରେ ଥିଲେ ୧୧ ଜଣ ପ୍ରାର୍ଥୀ । ସ୍ୱାଧୀନ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ପରାସ୍ତ କରିଥିଲେ ରିପୁନାଥ ସେଠ । ଅଶୋକ, ୩୨ ହଜାର ୧୪୮ ଖଣ୍ଡ ଭୋଟ ପାଇଥିଲେ । ଯାହା ଥିଲା ମୋଟ ଭୋଟର ୨୭.୮୩ ପ୍ରତିଶତ । ଉଭୟଙ୍କ ମଧ୍ୟରେ ଭୋଟ ବ୍ୟବଧାନ ଥିଲା ୮ ହଜାର ୬୬୫ ।

publive-image
୨୦୦୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅଶୋକ ପାଣିଗ୍ରାହୀ । ରାଜ୍ୟରେ ବିଜେଡି-ବିଜେପି ମେଂଟ ନିର୍ବାଚନ ଲଢୁଥିବା ବେଳେ ବିଜେଡି ଭାଗରେ ପଡିଥିଲା ବିଜେପୁର ଆସନ । ଅଶୋକ ପାଣିଗ୍ରାହୀ ପାଇଥିଲେ ୫୭ ହଜାର ୨୯୮ ଭୋଟ । ଯାହା ଥିଲା ମୋଟ ଭୋଟର ୫୩.୯୯ ପ୍ରତିଶତ । ୨ ହଜାର ମସିହାରେ ବିଜେପୁର ମୈଦାନରେ ଥିଲେ ୫ ଜଣ ପ୍ରାର୍ଥୀ । କଂଗ୍ରେସ ପ୍ରାର୍ଥୀ ୪୪ ହଜାର ୨୦୨ ଭୋଟ ପାଇଥିବା ବେଳେ ୧୩ ହଜାର ୯୬ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ । ଯାହା ଥିଲା ମୋଟ ଭୋଟର ୧୨.୩୪ ପ୍ରତିଶତ ।

publive-image
୨୦୦୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ କଂଗ୍ରେସର ସୁବଳ ସାହୁ । ପ୍ରଥମ ଥର ପାଇଁ ବିଧାୟକ ଭାବେ ହୋଇଥିଲେ ନିର୍ବାଚିତ । ୮ ଜଣ ପ୍ରାର୍ଥୀ ମୈଦାନରେ ଥିବା ବେଳେ ବାଜି ମାରିଥିଲେ କଂଗ୍ରେସର ସୁବଳ ସାହୁ । ପାଇଥିଲେ ୬୬ ହଜାର ୪୦୭ ଭୋଟ । ସେ ବିଜେଡି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ପରାସ୍ତ କରିଥିଲେ । ଅଶୋକ ପାଇଥିଲେ ୪୪ ହଜାର ୪୮୯ ଭୋଟ । ଉଭୟଙ୍କ ମଧ୍ୟରେ ଭୋଟ ବ୍ୟବଧାନ ଥିଲା ୨୧ ହଜାର ୯୧୮, ଯାହା ମୋଟ ଭୋଟର ୧୭.୮୧ ପ୍ରତିଶତ ।

publive-image
୨୦୦୯ରେ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁବଳ ସାହୁ । ଏହି ସମୟ ବେଳକୁ ବିଜେଡି-ବିଜେପି ମେଂଟ ଭାଙ୍ଗିଯାଇଥିଲା । ମୈଦାନରେ ତ୍ରିମୁଖି ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଆକଳନ କରାଯାଇଥିଲା । ହେଲେ ଏହାରି ଭିତରେ କିନ୍ତୁ ବାଜି ମାରିନେଇଥିଲେ ସୁବଳ । ୫୬ ହଜାର ୮୬୪ ଭୋଟ ସହ ଜିତିଥିଲେ ସୁବଳ । ବିଜେଡିର ପ୍ରଭାତ ଆଦିତ୍ୟ ମିଶ୍ର ୪୭ ହଜାର ୮୯୩ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ୧୯ ହଜାର ୪୯୩ ଭୋଟ ସହ ତୃତୀୟ ସ୍ଥାନରେ ଥିଲେ ମହମ୍ମଦ ରଫିକ୍ । ଲଗାତର ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇ ସୁବଳ ବିଜେପୁର ନିର୍ବାଚନ ମଣ୍ଡଳୀରେ ନିଜ ଦବଦବା ଜାହିର କରିଥିଲେ ।

publive-image
୨୦୧୪ରେ ଲଗାତର ତୃତୀୟ ଥର ପାଇଁ ବାଜି ମାରିନେଇଥିଲେ ସୁବଳ ସାହୁ । ମୈଦାନରେ ଥିଲେ ମୋଟ ୧୨ ପ୍ରାର୍ଥୀ । ସୁବଳଙ୍କ ବିରୋଧରେ ଲଢିଥିଲେ ବିଜେଡିର ହେଭିୱେଟ ପ୍ରସନ୍ନ ଆଚାର୍ଯ୍ୟ । ତଥାପି ଢ଼ଧ୍ୟ ସୁବଳଙ୍କ ବିଜୟ ରଥ ଅଟକିନଥିଲା । ୫୩ ହଜାର ୨୯୦ ଭୋଟ ସାହ ବାଜି ମାରିନେଇଥିଲେ ସୁବଳ ସାହୁ । ୫୨ ହଜାର ୮୩୨ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଥିଲେ ପ୍ରସନ୍ନ ଆଚାର୍ଯ୍ୟ । ୩୦ ହଜାର ୧ ଭୋଟ ସହ ତୃତୀୟ ସ୍ଥାନରେ ଥିଲେ ବିଜେପିର ଜୟଶଙ୍କର ପଟ୍ଟନାୟକ । ମାତ୍ର ୪୫୮ ଭୋଟରେ ପରାସ୍ତ ହୋଇଥିଲେ ପ୍ରସନ୍ନ । ତେବେ ବଡ କଥା ହେଉଛି, ପ୍ରତି ଥର ସୁବଳ ସାହୁ ଯଦିଓ ବିଜୟ ହାସଲ କରୁଥିଲେ ତେବେ ତାଙ୍କର ଭୋଟ ହାର କିନ୍ତୁ କମୁଥିଲା ।

publive-imageଭୋଟ ପ୍ରତିଶତ, କେବେ କେତେ?

୧୯୯୦ରୁ ୨୦୧୪ ଯାଏଁ ହୋଇଥିବା ନିର୍ବାଚନ ଉପରେ ଯଦି ନଜର ପକାଇବା ତେବେ ୧୯୯୦ରେ ଜନତା ଦଳ ଟିକେଟରୁ ନିର୍ବାଚିତ ହୋଇଥିବା ନିକୁଂଜ ବିହାରୀ ସିଂ ସର୍ବାଧିକ ଭୋଟ ପାଇଥିଲେ । ୧୯୯୦ରେ ବିଜୟୀ ପ୍ରାର୍ଥୀ ୬୩.୫୪ ପ୍ରତିଶତ ଭୋଟ ପାଇଥିବା ବେଳେ, ୧୯୯୫ରେ ୩୫.୩୩ ପ୍ରତିଶତ ଭୋଟ ପାଇ ନିର୍ବାଚିତ ହୋଇଥିଲେ ରିପୁନାଥ ସଠେ । ୨୦୦୦ ମସିହାରେ ୫୩.୯୯ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ ଅଶୋକ ପାଣିଗ୍ରାହୀ । ୨୦୦୪ରେ କଂଗ୍ରେସର ସୁବଳ ସାହୁ ୫୩.୯୭ ପ୍ରତିଶତ ଭୋଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୪ରେ କଂଗ୍ରେସ ଟିକେଟରୁ ସୁବଳ ଜିତିଥିବା ବେଳେ ତାଙ୍କ ଭୋଟ ପ୍ରତିଶତ ଥିଲା ୪୦.୯୧ ଓ ୩୨.୧୫ ପ୍ରତିଶତ ।

publive-image