ବିଜେପୁର ପାଇଁ ପ୍ରଥମେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଦିଲୀପ ପଣ୍ଡା ହେଲେ କଂଗ୍ରେସର ବିଜେପୁର ପ୍ରାର୍ଥୀ

643

କନକ ବ୍ୟୁରୋ: ବିଜେପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଦିଲୀପ କୁମାର ପଣ୍ଡା ହେଲେ କଂଗ୍ରେସର ବିଜେପୁର ପ୍ରାର୍ଥୀ । ଦିଲୀପଙ୍କ ନାଁ ଉପରେ ମୋହର ମାରିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବରଗଡ ଜିଲ୍ଲା କଂଗ୍ରେସ ଉପସଭାପତି ଅଛନ୍ତି ଦିଲୀପ ପଣ୍ଡା ।

ତେବେ ବିଜେପୁର ପାଇଁ ଏଆଇସିସିକୁ ୫ ଜଣଙ୍କ ନାଁ ପଠାଇଥିଲା ପିସିସି । ଆଉ ୫ ଜଣଙ୍କ ମଧ୍ୟରୁ ଦିଲୀପଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ।

ତେବେ ବିଜେପୁର ପାଇଁ ବିଗୁଲ ବାଜିବା ପରେ ୩ ପ୍ରମୁଖ ଦଳ ସଜବାଜ ଆରମ୍ଭ କରିଛନ୍ତି । ଆଉ ୩ ଦଳ ମଧ୍ୟରୁ ପ୍ରଥମେ କଂଗ୍ରେସ ତାର ପ୍ରାର୍ଥୀର ନାମକୁ ଘୋଷଣା କରିଛି । ତେବେ ବିଜେପୁର ପାଇଁ କଂଗ୍ରେସ ନେତା ରିପୁନାଥ ସେଠ ଏବଂ ପରେ ତାଙ୍କ ପୁଅଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ ଶେଷରେ ଦିଲୀପ ପଣ୍ଡାଙ୍କ ନାଁରେ ମୋହର ମାରିଛନ୍ତି ସୋନିଆ ।