କନକ ବ୍ୟୁରୋ: ବିଜେପୁର ଜିତିବ ବିଜେଡ଼ି । ମତଦାନ ପୁର୍ବରୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ରିତା ସାହୁ । ରିତା କହିଛନ୍ତି ମୁଖମନ୍ତ୍ରୀ ଆସିବା ପରେ ବିଜେପୁରବାସୀ ଉତ୍ସାହିତ ଥିବା ସେ କହିଛନ୍ତି । ସେହିଭଳି ଲୋକଙ୍କ ଆଶା ଓ ବିଶ୍ୱାସକୁ ନେଇ କାମ କରିବେ ଏବଂ ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବେ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ବିଜେପୁର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ସେପଟେ ବିଜେପି ପ୍ରାର୍ଥୀ ଅଶୋକ ସାହୁ ମଧ୍ୟ ଦୃଢୋକ୍ତ ପ୍ରକାଶ କରିଛନ୍ତି । ମତଦାନ ପୂର୍ବରୁ ପ୍ରତିକ୍ରିୟା ରଖି ଅଶୋକ ପାଣିଗ୍ରାହୀ କହିଛନ୍ତି ବିଜେପୁରରେ ବିଜେପି ହିଁ ବିଜୟ ହେବ । ବିଜେଡି ଶାସନ ସମୟରେ ବିଜେପୁରକୁ ଅଣଦେଖା କରାଯାଇଛି । ରୀତା ସାହୁଙ୍କୁ ଅନୁକମ୍ପା ଭୋଟ ମିଳିବ ନାହିଁ ବୋଲି ଅଶୋକ ପାଣିଗ୍ରାହୀ କହିଛନ୍ତି ।
ଉଲ୍ଲେଖ ଥାଉ କି, ଆଜି ଜନତା କରିବେ ନେତାଙ୍କ ଫଇସଲା । ପ୍ରାୟ ମାସେ ଧରି ଚାଲିଥିବା ପ୍ରଚାରର କୋଳାହଳ ଆଉ ତମାମ ଶକ୍ତି ପ୍ରଦର୍ଶନ ପରେ ଆଜି ଆସିଛି ନିଷ୍ପତି ନେବାର ସମୟ । ୨ ଲକ୍ଷ ୨୧ ହଜାର ଭୋଟର ନିର୍ଦ୍ଦାରଣ କରିବେ, ବିଜେପୁରର ଜନ ପ୍ରତିନିଧି କିଏ ହେବେ । ଆଉ କିଛି ସମୟ ପରେ ଅର୍ଥାତ୍ ସକାଳ ୮ଟାରୁ ୨୮୧ଟି କେନ୍ଦ୍ରରେ ଆରମ୍ଭ ହୋଇଯାଇଛି ମତଦାନ । ମାତ୍ର ବିଜେପୁର ଉପନିର୍ବାଚନ ଫାଇଟର କଡା ଟକ୍କର ଚାଲିଥିବା ବେଳେ ବିଜେପୁରର କେତେକ ବୁଥରେ ଭୋଟ ଗ୍ରହଣରେ ସମସ୍ୟା ସୃଷ୍ଟି ହୋଇଛି । ଭୋଇପାଲି ୧୦୨ ନମ୍ବର ବୁଥ୍, ବଡସାହସ ବାହାଲ ୨୬୫ନମ୍ବର ବୁଥ ଓ ଖିନ୍ଦ୍ରାପାଲିର ଗୋଟିଏ ବୁଥରେ ଇଭିଏମ ଅଚଳ ହୋଇପଡିଛି । ଫଳରେ ମତଦାନ ବାଧାପ୍ରାପ୍ତ ହୋଇଛି ।
ତେବେ ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ ଭାବରେ ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଜେପୁର ଉପରେ ନଜର ରଖିଛି ୧୨ଟି ଫ୍ଲାଇଂ ସ୍କ୍ୱାଡ୍ । ୧୨ଟି ଚେକ ପୋଷ୍ଟ, ବାହାର ଗାଡ଼ି ପ୍ରବେଶ ଉପରେ କଟକଣା ଲଗାଯାଇଛି । ୧୫୫ଟି ସମ୍ବେଦନଶୀଳ ଏବଂ ୨୧ଟି ଅତିସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିବା ବେଳେ ଉତେଜନା ପ୍ରବଣ ବୁଥରେ ବିଏସଏଫ ଓ ସିଆରପିଏଫ ଯବାନ ମୂତୟନ ବ୍ୟବସ୍ଥା ହୋଇଛି । ଅପରାହ୍ନ ୫ଟା ଯାଏଁ ମତଦାନ ଜାରି ରହିବ ।
ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଭାଗ୍ୟର ହେବ ପରୀକ୍ଷା । ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର୍ ୨୦୧୯ର ଅସଲ ଲଢେଇ ପୂର୍ବରୁ ସେମାନଙ୍କର ରାୟ ଦେବେ । ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ବିଜେପୁର ବାସୀ ସୁଯୋଗ ଦେଉଛନ୍ତି ନା କଂଗ୍ରେସ ତା ଗଡ ବଜାୟ ରଖିପାରୁଛି ନା ବିଜେପି ବାଜି ମାରି ନିଜ ପାଇଁ ଏକ ଅନୁକୁଳ ବାତାବରଣ ତିଆରି କରିାପରୁଛି ତା ଉପରେ ନଜର ରହୁଛି । ତିନି ରାଜନୈତିକ ଦଳଙ୍କ ପାଇଁ ପ୍ରତିଷ୍ଠା ଓ ସମ୍ମାନର ଲଢେଇ ପାଲଟିିଥିବା ବିଜେପୁର ଉପ-ନିର୍ବାଚନ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱପୁର୍ଣ୍ଣ ଥିବା ବେଳେ ରାଜନୈତିକ ମାହୋଲକୁ ନେଇ କିନ୍ତୁ ଅଧିକ ଚର୍ଚ୍ଚାର ପରିଧି ଭିତରକୁ ଆସିଛି । ଖାସକରି ଯେଉଁଭଳି ଭାବେ ହିଂସା ବଢିଲା ଆଉ ପରସ୍ପର ପ୍ରତି ଆକ୍ଷେପର ରାଜନୀତି ଚାଲିଲା, ତାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଆଉ ଏସବୁ ଭିତରେ ଆଜି ଭୋଟର ହିଁ ନିର୍ଣ୍ଣୟ କରିବେ ବିଜେପୁରର ନେତୃତ୍ୱ କିଏ ନେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/Sequence-2-01112723.jpg)
/kanak/media/post_attachments/wp-content/uploads/2018/02/Screen-shot-2018-02-24-at-8.25.04-AM-300x234.png)
/kanak/media/post_attachments/wp-content/uploads/2018/02/vlcsnap-2018-02-24-07h24m11s086-300x240.png)
/kanak/media/post_attachments/wp-content/uploads/2018/02/Screen-shot-2018-02-24-at-10.02.59-AM-300x202.png)