କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି । ୬ଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ରହିଛନ୍ତି । ରୀତା ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ଠାରୁ ୧୨୭୯୮ ଭୋଟରେ ଆଗରେ ରହିଛନ୍ତି । ୬ଷ୍ଠ ରାଉଣ୍ଡରେ ରୀତା ୪୭୫୬ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୩୯୫୧ଟି ଭୋଟ ହାତେଇଛନ୍ତି । କଂଗ୍ରେସର ନିରାଶଜନକ ପ୍ରଦର୍ଶନ ଜାରି ରହିଛି । କଂଗ୍ରେସ ପ୍ରାର୍ଥୀ ପ୍ରଣୟ ୬ଷ୍ଠ ରାଉଣ୍ଡରେ ମୋଟ ୧୧୫ଟି ଭୋଟ ପାଇଛନ୍ତି । ନୋଟା ବିକଳ୍ପରେ ୮୮ଟି ଭୋଟ ପଡିଥିବା ସୂଚନା ମିଳିଛି ।
ମୋଟାମୋଟି ଭାବେ ଦେଖିବାକୁ ଗଲେ ୬ଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡ ି୩୩୩୭୭ଟି ଭୋଟ ପାଇ ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପିକୁ ମିଳିଛି ୨୦୫୭୯ଟି ଭୋଟ । ସେହିଭଳି କଂଗ୍ରେସ ମୋଟ ୧୮୭୭ ଭୋଟ ପାଇବାକୁ ସକ୍ଷମ ହୋଇଛି । ଏହାଛଡା ନୋଟାରେ ୫୯୪ଟି ଭୋଟ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/Sequence-2-01122422.jpg)