ବିଜେପୁରରେ ବିଜେପି ନେତାଙ୍କ ବିଦ୍ରୋହ : ଟିକେଟ ନେଇ ବିଜେପି ସଭାପତିଙ୍କ ନିକଟରେ ପହଁଚିଲା ଅସନ୍ତୋଷର ଚିଠି

Advertisment
ଅଶୋକ ପାଣିଗ୍ରାହୀ । ବିଜେପିକୁ ଆଶୀର୍ବାଦ ନା ଅଭିଶାପ । ବିଜେପୁରରେ ଦଳ ଛାଡୁଛନ୍ତି ନେତା ଓ କର୍ମୀ ।

କନକ ବ୍ୟୁରୋ : ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ବିଜେପୁରରୁ ଖୋଲା ଆହ୍ୱାନ । ଦଳକୁ ଆସିବାକୁ ଥିବା ବ୍ୟକ୍ତିଙ୍କୁ ଟିକେଟ ମିଳିଲେ ସ୍ଥିତି ସାଂଘାତିକ ହେବ ବୋଲି ପରୋକ୍ଷରେ ଚେତାବନୀ । ଦଳ ଭିତରେ ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି, ପଂଚାୟତ ନିର୍ବାଚନରେ ୯୨ ହଜାରରୁ ଅଧିକ ଭୋଟ୍ ମିଳିଥିଲା, ୨୦୦୭ ବିଜେପି ଓ ଆଜିର ବିଜେପି ଭିତରେ ଅନେକ ଫରକ୍ ଅଛି, ତେଣୁ ଅନ୍ୟ କାହାକୁ ଟିକେଟ ମିଳିଲେ ଆମେ ବରଦାସ୍ତ କରିବୁନି । ବିଜେପିରେ ବିଦ୍ରୋହୀ ନେତା ଏଭଳି ଖୋଲା ଚାଲେଂଜ ଦେବା ପରେ ରୋଚକ ସ୍ଥିତିରେ ବିଜେପି ରାଜନୀତି ପହଂଚିଛି ।

ଆସନ୍ତା ୨ରେ ବିଜେପୁରରେ ବଡ ଧରଣର ମିଶ୍ରଣ ପର୍ବ କରି ବିଜେପି ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି, ଏପଟେ ସାଂଗଠନିକ ସ୍ତରରେ ବୟାନ, ଦଳ ପାଇଁ ଆହ୍ୱାନ ଆଣିଛି । ଯୁକ୍ତି ଅନୁସାରେ, ୨୦୧୪ରେ ଅଶୋକ ବିଜେଡିରୁ ବିଦ୍ରୋହୀ ପ୍ରାର୍ଥୀ ଥିବା ସେ ନିଜେ ସ୍ୱୀକାର କରିଥିଲେ । ତେଣୁ ପାଇଥିବା ଭୋଟ୍ ବିଜେଡିର । ତେଣୁ ତାଙ୍କର ନିଜସ୍ୱ କିଛି ସଂଗଠନ ନାହିଁ । ବିଜେଡି ବିରୋଧରେ ଖୋଲା ବକ୍ତବ୍ୟ ରଖି ବିଜେପିରେ ପଶି ନିର୍ବାଚନ ଲଢିବାକୁ ଉଦ୍ୟମ କରୁଥିବା ଅଶୋକ ପାଣିଗ୍ରାହୀ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିଛି ।

ପ୍ରଶ୍ନ ଉଠୁଛି- ବିଜେପି ରାଜ୍ୟଶାଖା ଏବେ କରିବେ କଣ? ସ୍ଥାନୀୟ ନେତୃତ୍ୱ ବିରୋଧରେ ଯାଇ ଅଶୋକଙ୍କୁ ଟିକେଟ ଦେବେ କି? ତୃଣମୁଳ ସ୍ତରର ନେତାଙ୍କୁ ବୁଝାଇବାରେ ସକ୍ଷମ ହେବେ କି? ଜିଲ୍ଲା ସ୍ତରର ନେତାଙ୍କୁ ଭରସିପାରିବେ କି ରାଜ୍ୟ ନେତୃତ୍ୱ? ୧୨୦ର ଲକ୍ଷ ରଖିଥିବା ଦଳ ପାଇଁ ଅନ୍ତଦ୍ୱର୍ନ୍ଦ୍ୱ ବଡ ଆହ୍ୱାନ ହେବ କି? ବିଜେପୁର ଉପ-ନିର୍ବାଚନ ଏବେ ଉଭୟ ବିଜେଡି ଓ ବିଜେପି ପାଇଁ କଂଟା ହୋଇଛି । ପ୍ରଥମେ ବିଜେଡିରେ ଆଉ ଏବେ ବିଜେପିରେ ବିଦ୍ରୋହୀ । ସ୍ଥାନୀୟ ନେତା ଦଳ ବିରୋଧରେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରାର୍ଥୀତ୍ୱକୁ ନେଇ ସମାଲୋଚନା ହେବା ଭିତରେ ୨ ତାରିଖରେ ବିଜେପି ବଡ ଧରଣର ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛି । ହେଲେ ଏହା ଅସନ୍ତୋଷକୁ ପ୍ରଶମିତ କରୁଛି, ନା ବଢାଉଛି, ତା ଉପରେ ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe