ବିଜେପୁରରେ ବିଗ୍ ଫାଇଟ୍: ବିଜେଡି ସୁପ୍ରିମୋଙ୍କୁ ମାତ୍ ଦେବାକୁ ସନତଙ୍କୁ ପ୍ରାର୍ଥୀ କଲା ବିଜେପି, କଂଗ୍ରେସର ମଙ୍ଗ ଧରିଲେ ରିପୁନାଥ ସେଠ୍

221

କନକ ବ୍ୟୁରୋ: ବିଜେପରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସନତ ଗଡତିଆଙ୍କୁ ବିଜେପି କେନ୍ଦ୍ରିୟ ନିର୍ବାଚନ କମିଟି ଏହି ଘୋଷଣା କରିଛି । ସନତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସର ରିପୁନାଥ ସେଠଙ୍କ ସହ ନିବାର୍ଚନ ଲଢ଼ିବେ । ବିଜେପୁର ଉପନିର୍ବାଚନ ପୂର୍ବରୁ ସନତ ତାଙ୍କ ସମର୍ଥକଙ୍କ ସହ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ତେବେ ୨୦୦୮ରେ ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ଦୀର୍ଘ ୧୧ ବର୍ଷ ପରେ ପୁଣି ଥରେ ବିଜେପିକୁ ଫେରିଥିଲେ ।

ବିଜେପୁର ନିର୍ବାଚନ ମଣ୍ଡଳୀ ତିନି ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବା ସ୍ପଷ୍ଟ ହୋଇଛି ଚିତ୍ର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ମଇଦାନରେ ଟକ୍କର ଦେବେ ବିଜେପିର ସନତ ଗଡତିଆ ଓ କଂଗ୍ରେସର ରିପୁନାଥ ସେଠ୍ । ପଶ୍ଚିମଓଡିଶାର ଏହି ଆସନରୁ ମୁଖ୍ୟମନ୍ତ୍ରୀ ଲଢ଼ୁଥିବାରୁ ଏହା ଉପରେ ସାରା ରାଜ୍ୟର ନଜର ରହିଛି । ଅନ୍ୟପଟେ ବିଜେପି ଉପନିର୍ବାଚନରେ ଦେଇଥିବା ପ୍ରାର୍ଥୀଙ୍କୁ ପୁଣି ପରିବର୍ତନ କରିଛି । ବିଜେଡିର ପୂର୍ବତନ ଭେଟେରାନ ନେତା ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ସେହିପରି କଂଗ୍ରେସର ପୂର୍ବତନ ବିଧାୟକ ରିପୁନାଥ ସେଠଙ୍କ ପାଇଁ ନିଜର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରିବାକୁ ଭରପୁର ସୁଯୋଗ ରହିଛି ।

ବିଜେପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତେବେ ସନତ ଗଡତିଆଙ୍କୁ ବିଜେପୁରରୁ ବିଜେପି ଟିକଟ ମିଳିବା ପରେ ଏହି ବିଧାନସଭା ଆସନରେ ହେବ ଘମାଘୋଟ ଲଢେଇ । କାହିଁକି ନା ଚଳିତ ନିର୍ବାଚନରେ ବିଜେପୁର ଆସନରୁ ଲଢ଼ିବାକୁ ଖୋଦ୍ ବିଜେଡି ସୁପ୍ରିମୋ ରଣହୁଙ୍କାର ଦେବାପରେ ଏବେ ଏଠାରେ ରାଜନୀତି ପାଣିପାଗ ବଦଳିବାରେ ଲାଗିଛି । ବିଜେଡି ସୁପ୍ରିମୋଙ୍କୁ ଚେକମେଟ୍ ଦେବାକୁ କଂଗ୍ରେସ ରିପୁନାଥ ସେଠଙ୍କୁ ବାଛିଥିବାବେଳେ ବିଜେପି ଏଠାରେ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି ।

ଆସନ୍ତା ଏପ୍ରିଲ ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଉଭୟ ବିଜେଡି ଓ କଂଗ୍ରେସ କାର୍ଡ ଖୋଲିଥିବା ବେଳେ ବିଜେପି ଆଜି ତାର ପ୍ରାର୍ଥୀ ଘୋଷଣା କରିଛି ଏବଂ ପଶ୍ଚିମ ଓଡ଼ିଶାକୁ ଫୋକସରେ ରଖିଥିବା ବିଜେଡି ସୁପ୍ରିମୋଙ୍କୁ ମାତ୍ ଦେବା ପାଇଁ ବିଜେପି ମଧ୍ୟ ସନତ ଗଡତିଆଙ୍କ ଭଳି ଜଣେ ଜଣେ ହେଭିୱେଟଙ୍କୁ ଓହ୍ଲାଇଛି । କିନ୍ତୁ କିଏ ନବୀନଙ୍କ ଟକ୍କର ଦେବ ତାହା କେବଳ ସମୟ କହିବ ।