ବିଜେପୁରରେ କିଏ ମାରିବ ବାଜି? ସକାଳ ୮ଟାରେ ହେବ ଭୋଟ ଗଣତି, ଅପରାହ୍ଣ ସୁଧା ସ୍ପଷ୍ଟ ହେବ ଚିତ୍ର

Advertisment
ବିଜେପୁରରେ କିଏ ମାରିବ ବାଜି? ସକାଳ ୮ଟାରେ ହେବ ଭୋଟ ଗଣତି, ଅପରାହ୍ଣ ସୁଧା ସ୍ପଷ୍ଟ ହେବ ଚିତ୍ର

କନକ ବ୍ୟୁରୋ: ଆଜି ଆସିବ ବିଜେପୁର ବିଧାନସଭା ଉପନିର୍ବାଚନର ଫଳ । ପଦ୍ମପୁରରେ ଥିବା ଆରଏମସି  ପରିସରରେ ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ୧୪ଟି କାଉଁଟିଙ୍ଗ୍ ଟେବୁଲରେ ହେବ ଗଣତି । ୧୦୩ ଜଣ ଅଧିକାରୀ ଗଣତି କରିବେ । ପ୍ରତ୍ୟକ ଟେବୁଲ ପାଇଁ ଜଣେ ଲେଖାଏ ମାଇକ୍ରୋ ଅବଜର୍ଭର ରହିବେ । ଗଣତି କେନ୍ଦ୍ର ଓ ଏହାର ଆଖପାଖ ଅଂଚଳକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ବିଜେପୁରବାସୀ କାହା ଉପରେ ଭରଷା କରିଛନ୍ତି ତାହା ଆଜି ସ୍ପଷ୍ଟ ହେବ । ଆସିବ ବିଜେଡି ପ୍ରାର୍ଥୀ ରୀତା ସାହୁ, ବିଜେପି ପ୍ରାର୍ଥୀ ସନତ ଗଡତିଆ, କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ସମେତ ୫ଜଣ ପ୍ରାର୍ଥୀଙ୍କ ଭାଗ୍ୟଫଳ ।

publive-image

୨୦୧୮ ଉପନିର୍ବାଚନରେ ବିଜୟୀ ହୋଇଥିବା ରୀତା ସାହୁ ପୁଣି ବିଜୟୀ ହେଉଛନ୍ତି କି ବିଜେପୁର ଭୋଟର କିଛି ପରିବର୍ତନ କରୁଛନ୍ତି ତା ଉପରେ ସାରା ରାଜ୍ୟର ନଜର ରହିଛି । ଏଥର ଉପନିର୍ବାଚନରେ ସାଧାରଣ ନିର୍ବାଚନ ଅପେକ୍ଷା ଅଧିକ ମତଦାନ ହୋଇଛି । ସାଧାରଣ ନିର୍ବାଚନରେ ୭୮.୯୨ ପ୍ରତିଶତ ମତଦାନ ହୋଇଥିବାବେଳେ ଚଳିତ ଥର ଉପନିର୍ବାଚନରେ ୭୯ ଦଶମିକ ୧୭ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହି ଫଳାଫଳ ଉପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ବିରୋଧୀଙ୍କ ପାଇଁ ଏକ ବଡ ପରୀକ୍ଷା ବୋଲି କୁହାଯାଉଛି । ତେବେ ଅପରାହ୍ଣ ସୁଧା ଚିତ୍ର ସ୍ପଷ୍ଟ ହୋଇଯିବାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe