ବିହାର ବିଧାନସଭାରେ ନୂତନ ବାଚସ୍ପତି ହେଲେ ବିଜେପି ପ୍ରାର୍ଥୀ ବିଜୟ ସିହ୍ନା । ଆରଜେଡିର ହଙ୍ଗାମା ପରେ ମତଦାନ ପ୍ରକିୟା ଶେଷ । ୧୨୬ ଭୋଟ ପାଇଁ ନିର୍ବାଚିତ ହେଲେ ବିଜୟ

390

କନକ ବ୍ୟୁରୋ : ବିହାର ବିଧାନସଭା ବାଚସ୍ପତ୍ତି ନିର୍ବାଚନରେ ଏନଡିର ବିଜୟ । ସଦନରେ ହଟ୍ଟଗୋଳ ସତ୍ତ୍ୱେ ବୁଧବାର ବିହାର ବିଧାନସଭାରେ ବାଚସ୍ପତ୍ତି ପଦ ପାଇଁ ମତଦାନ ହୋଇଛି । ଏହି ପଦ ପାଇଁ ଏନଡିଏରୁ ପ୍ରାର୍ଥୀ ହୋଇଥିବା ବିଜେପି ବିଧାୟକ ବିଜୟ ସିହ୍ନା ବିଜୟଲାଭ କରିଛନ୍ତି । ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ୧୨୬ ଟି ଭୋଟ ମିଳିଥିବା ବେଳେ ମହାଗଠବନ୍ଧନ ପ୍ରାର୍ଥୀଙ୍କୁ ୧୧୪ ଟି ଭୋଟ ମିଳିଛି । ଫଳା ଫଳ ଆସିବା ପରେ ବିରୋଧୀଦଳ ନେତା ତେଜସ୍ୱୀ ଯାଦବ ବାଚସ୍ପତ୍ତିଙ୍କୁ ତାଙ୍କ ଆସନ ପର୍ଯ୍ୟନ୍ତ ନେଇଥିଲେ ଓ ଶୁଭେଚ୍ଛା ଜଣାଇଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବିହାର ବିଧାନସଭାରେ ୫୦ ବର୍ଷ ପରେ ପ୍ରଥମଥର ବାଚସ୍ୱତ୍ତି ପଦପାଇଁ ମତଦାନ ହୋଇଛି । ଏହି ମତଦାନ ବେଳେ ବିରୋଧୀଦଳର ନେତା ତେଜସ୍ୱୀ ଯାଦବ କହିଥିଲେ କି ପୁରା ଦେଶ ଦେଖୁଛି ଖୋଲା ଖୋଲି ଭାବେ ଏନଡିଏ କିଭଳି ଭୋଟ ଚୋରୀ କରୁଛି । ସେ ଅଭିଯୋଗ କରିଥିଲେ କି ଯେଉଁମାନେ ବିଧାନସଭାରା ସଦସ୍ୟ ନୁହନ୍ତି ସେମାନେ ମତଦାନ ବେଳେ ସେଠାରୁ ବାହାରକୁ ଯା’ନ୍ତୁ । ଏହା ସିଧା ନିତୀଶଙ୍କୁ ଟାର୍ଗେଟ୍ କରି ତେଜସ୍ୱୀ କହିଥିଲେ । ମୁଖ୍ୟତ ମତଦାନ ପ୍ରକ୍ରିୟା ଉପରେ ଆରଜେଡିର ବିଧାୟକ ମାନେ ଅଭିଯୋଗ ଆଣିଥିଲେ । ଆରଜେଡିର ବିଧାୟକ ମାନେ କହିଥିଲେ କି ଗୁପ୍ତ ଭାବେ ମତଦାନ କରାଯାଉ । ଯାହା ଫଳରେ ବିଧାୟକ ମାନେ ନିର୍ଭୟରେ ମତଦାନ କରିପାରିବେ । ହେଲେ ତାହାକୁ ଗ୍ରହଣ କରାଯାଇ ନଥିଲା । କହିରଖୁ କି ମତଦାନର ଠିକ୍ ପୂର୍ବରୁ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦି ଅଭିଯୋଗ କରିଥିଲେ କି ଲାଲୁ ଯାଦବ ଜେଲରୁ ଥାଇ ଏନଡିଏର ବିଧାୟକ ମାନଙ୍କୁ ମନ୍ତ୍ରୀ ପଦର ଲାଳଶା ଦେଇ ଆରଜେଡି ପ୍ରାର୍ଥୀକୁ ଭୋଟ ଦେବାକୁ ପ୍ରବର୍ତ୍ତାଉ ଥିଲେ । ଏନେଇ ବି ଏକ ଅଡିଓ କ୍ଲିପ୍ ଜାରି କରିଥିଲେ ସୁଶିଲ ମୋଦି ।