ଆସିଲା ଫାଇନାଲ ରେଜଲ୍ଟ । ଦୁଇଟ ସ୍ଥାନରେ ବିଜେଡିର ଦବଦବା । ବାଲେଶ୍ୱର, ତିର୍ତ୍ତୋଲରେ ବିଜେଡିର ବିଜୟ ନେଇ ଔପଚାରିକ ଭାବେ ଘୋଷଣା ।

762

କନକ ବ୍ୟୁରୋ: ଆସିଲା ଫାଇନାଲ ରେଜଲ୍ଟ । ବାଲେଶ୍ୱର, ତିର୍ତ୍ତୋଲ ଉପ ନିର୍ବାଚନ ନେଇ ଔପଚାରିକ ଭାବେ ଫଳାଫଳ ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ବାଲେଶ୍ୱରରେ ବିଜେଡି ପ୍ରାର୍ଥୀ ବିଜୟ ହୋଇଥିବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୩ ହଜାର ୩୫୧ ଭୋଟରେ ଜିତିଛନ୍ତି । ନିକଟକତମ ପ୍ରତିନ୍ଦ୍ୱନ୍ଦୀ ବିଜେପିର ମାନସ ଦତ୍ତଙ୍କୁ ହରାଇଛନ୍ତି ସ୍ୱରୂପ ।

ସେହିପରି ତିର୍ତ୍ତୋଲରେ ବିଜେଡି ବିଜୟୀ ହୋଇଛି । ବିଜେଡିର ଗଡରେ ବିଜେଡି ନିଜ ସମ୍ମାନ ରକ୍ଷା କରିଛି ଆଉ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୪୧, ୭୦୩ ଭୋଟରେ ଜିତିଛନ୍ତି । ସେପଟେ ଉଭୟ ପ୍ରାର୍ଥୀଙ୍କ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।