ଆଜି ପବିତ୍ର ବିଜୟା ଦଶମୀ : ପୂଜା ମଣ୍ଡପରେ ମହାମାୟାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ସନ୍ଧ୍ୟାରେ ଜମିବ ରାବଣ ପୋଡି

159

କନକ ବ୍ୟୁରୋ : ଅସତ୍ୟ ଉପରେ ସତ୍ୟର ଜୟ । ଆଜି ପବିତ୍ର ବିଜୟା ଦଶମୀ । ଅଶ୍ୱିନୀ ମାସ ଶୁକ୍ଲ ପକ୍ଷର ଆଜି ଦଶମୀ ତିଥି ଅର୍ଥାତ ଦଶହରା ପର୍ବ । ପୂଜା ମଣ୍ଡପରେ ବିଜୟା ଦଶମୀ ପାଳିତ ହେବ । ସାରା ରାଜ୍ୟରେ ମାଆ ଦୁର୍ଗାଙ୍କ ପୂଜା ମହା ଆଡମ୍ବରରେ ପାଳନ କରାଯାଉଛି । ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର, ପୂଜାରେ ମହିଷାମର୍ଦ୍ଦିନୀଙ୍କ ଚାଲିଛି ପୂଜାର୍ଚ୍ଚନା ।

ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପ ଉଠୁଛି ପୂଜା ମଣ୍ଡପ । ମହାମାୟାଙ୍କ ବିଜୟା ଦଶମୀ ଅବସରର ପୂଜା ମଣ୍ଡପଗୁଡିକରେ ଭାବ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳିବ । ଜଗତଜନନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତିରେ ମାଆଙ୍କୁ ଆରାଧନା କରାଯିବ । ସନ୍ଧ୍ୟାରେ ଜମିବ ବିଜୟା ଦଶମୀର ମୁଖ୍ୟ ଆକର୍ଷଣ ରାବଣ ପୋଡି । ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକ ଭାବେ ବିଭିନ୍ନ ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ ହେବ ।