ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା ।

244

କନକ ବ୍ୟୁରୋ : ଅଗ୍ନିଶମ ଓ ହୋମଗାର୍ଡ ଡିଜି ବିଜୟ କୁମାର ଶର୍ମା ସୋମବାର  ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅତିରିକ୍ତ ତାଙ୍କୁ ଦାୟିତ୍ବ ଗତକାଲି ଦିଆଯାଇଥିଲା ।  ଡିଜିପି ଡ. ରାଜେନ୍ଦ୍ର ଶର୍ମା ଛୁଟିରେ ଯିବା ପରେ ବିଜୟ କୁମାର ଶର୍ମାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି ।

ସୂଚନା ଅନୁସାରେ ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଛୁଟିରେ ଯିବା ପରେ ଆଗକୁ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନଙ୍କ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମ ପ୍ରସ୍ତାବ ରଖାଯାଇଥିଲା । ନିର୍ବାଚନ କମିସନଙ୍କ ଅନୁମୋଦନ ପରେ ବିଜୟ ଶର୍ମାଙ୍କୁ ଡିଜି ଦାୟିତ୍ୱ ମିଳିଛି ।

ସୂଚନାଯୋଗ୍ୟ ବରିଷ୍ଠ ଆଇପିଏସ୍ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ଗତକାଲି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଥିଲା । ତୁଷାର ଶର୍ମା ନିମୋନିଆରେ ଆକ୍ରାନ୍ତ ଥିଲେ । ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ନିଆଯାଇଥିଲା କିନ୍ତୁ ଡାକ୍ତରଙ୍କ ବହୁ ଉଦ୍ୟମ ପରେ ମଧ୍ୟ ତୁଷାରଙ୍କ ମୃତ୍ୟୁ ହୋଇଥିଲା ।