କନକ ବ୍ୟୁରୋ: ବାବୁରୁ ନେତା ବନିଥିବା ବିଜୟ ପଟ୍ଟନାୟକଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । କାରଣ କଂଗ୍ରେସରେ ଯୋଗଦେବା ପରେ ପରେ ରାଜ୍ୟ ସରକାରକୁ ଟାର୍ଗେଟ କରିଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କନକ ନ୍ୟୁଜର ମନୋରଂଜନ ମିଶ୍ର ଲାଇଭରେ ସାମିଲ ହୋଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ବଦଳି ଯାଇଛନ୍ତି, ରାଜ୍ୟରେ ଦୁର୍ନୀତି ବଢିଚାଲିଛି । ବିଧାୟକ ଓ ମନ୍ତ୍ରୀ ଅସହାୟ ହୋଇପଡିଛନ୍ତି ।

Advertisment

ନବୀନ ସରକାରଙ୍କ ବିରୋଧରେ ବିଜୟ ଯେଉଁ ଅଭିଯୋଗ ଆଣିଛନ୍ତି, ତାଙ୍କୁ ଖଣ୍ଡନ କରିଛି ବିଜେଡି । ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବିଜୟ ପଟ୍ଟନାୟକ ଯେଉଁ ଆରୋପ ଲଗାଇଛନ୍ତି ତାହା ମିଥ୍ୟା । ଆଜି ବି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସମସ୍ତେ ଯାଇପାରୁଛନ୍ତି । କଂଗ୍ରେସରେ ଯୋଗଦେବା ତାଙ୍କର ବ୍ୟକ୍ତିଗତ ନିଷ୍ପତି । ଏହାର କିଛି ପ୍ରଭାବ ବିଜେଡି ଉପରେ ପଡିବନି ।

ତେବେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ବିଜୟ ପଟ୍ଟନାୟକ ଠିକ କଥା କହିଛନ୍ତି । କଂଗ୍ରେସରେ ସେ ମିଶିଥିବାରୁ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଛି । ସେହିପରି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ଅତି ଘନିଷ୍ଠ ଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ତେଣୁ ତାଙ୍କ କଥାରେ ସତ୍ୟତା ଥାଇପାରେ ।