୪୭ ବିଧାନସଭା, ୮ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା । ପାରଳାଖେମୁଣ୍ଡିରୁ ଲଢିବେ ବିଜୟ ପଟ୍ଟନାୟକ, ଜୟପୁରରୁୁ ପୁଣି ଲଢିବେ ତାରା ।

Advertisment
୪୭ ବିଧାନସଭା, ୮ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା । ପାରଳାଖେମୁଣ୍ଡିରୁ ଲଢିବେ ବିଜୟ ପଟ୍ଟନାୟକ, ଜୟପୁରରୁୁ ପୁଣି ଲଢିବେ ତାରା ।

କନକ ବ୍ୟୁରୋ: ଉଭୟ ଲୋକସଭା ଓ ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ୪୭ଟି ବିଧାନସଭା ଆସନ ଓ ୮ଟି ଲୋକସଭା ଆସନ ପାଇଁ ଯୋଦ୍ଧା ଘୋଷଣା କରିଛି ଦଳ । ଏହି ଲିଷ୍ଟରେ ଜୟପୁରର ପୂର୍ବତନ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ପୁଣି ରିପିଟ୍ କରିଛି ଦଳ । ପୁଣିଥରେ କଂଗ୍ରେସ ଟିକେଟରୁ ତାରା ବାହିନୀପତି ଜୟପୁର ପାଇଁ ନିର୍ବାଚନ ଲଢିବେ ।
ସେହିପରି ପ୍ରଶାସନିକ ସେବାରୁ ଆସି କଂଗ୍ରେସରେ ସାମିଲ ହେଇଥିବା ବିଜୟ ପଟ୍ଟନାୟକ ପାରଳେଖେମୁଣ୍ଡି ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିବେ । ପାରଳାଖେମୁଣ୍ଡି ଆସନରୁ ବିଜୟଙ୍କୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଂଗ୍ରେସର ବିଧାନସଭା ପ୍ରାର୍ଥୀଙ୍କ ଭିତରେ ପଦ୍ମପୁରରୁ ଟିକେଟ୍ ପାଇଛନ୍ତି ଟଙ୍କଧର ସାହୁ । ସେହିପରି ବ୍ରଜରାଜନଗରରୁ କିଶୋର ପଟେଲ, ତଳସରାରୁ ପ୍ରବୋଧ ତିର୍କୀ, ରାଜଗାଙ୍ଗପୁରରୁ ରାଜନ ଏକ୍କା,ବଲଙ୍ଗୀରୁରୁ ସମରେନ୍ଦ୍ର ମିଶ୍ର, କଣ୍ଟାବାଞ୍ଝିରୁ ସନ୍ତୋଷ ସିଂହ ସାଲୁଜା, ନୂଆପଡାରୁ ପିସିସି ସଭାପତି ଶରତ ପଟ୍ଟନାୟକ, ଭବାନୀପାଟଣାରୁ ସାଗର ଚରଣ ଦାସ, ନର୍ଲାରୁ ଭକ୍ତ ଚରଣ ଦାସ, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ମୋହନାରୁ ଦାଶରଥି ଗମାଙ୍ଗୋଙ୍କୁ ବିଧାନସଭା ଟିକେଟ୍ ଦେଇଛି କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe