ଜାଗା ମିଶନକୁ କଂଗ୍ରେସର ବଡ ଅଭିଯୋଗ । ବସ୍ତିବାସିନ୍ଦା ନୁହେଁ ଦଳୀୟ କର୍ମୀ ହେଉଛନ୍ତି ଲାଭାନିତ୍ୱ ।

139

କନକ ବ୍ୟୁରୋ : ଜାଗା ମିଶନରେ ଦୁର୍ନୀତି । ସାରା ଓଡ଼ିଶାରେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୧୮ ଲକ୍ଷ ଲୋକ ବସ୍ତିରେ ବସବାସ କରନ୍ତି । ରାଜ୍ୟ ସରକାର ବସ୍ତି ଲୋକଙ୍କୁ ଜାଗା ମିଶନରେ ଜାଗା ଯୋଗାଇ ଦେଉଥିବା କହୁଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ବଦଳରେ ଏଥିରେ ଦଳୀୟ କର୍ମୀ ପାଉଛନ୍ତି ଜାଗା ।

ବସ୍ତିର ବିକାଶ ପାଇଁ ସହରାଞ୍ଚଳ ବିକାଶ ପାଇଁ ଉପା ସରକାର ସମୟରେ ଯୋଜନା କରାଯାଇଥିଲା । ରାଜୀବ ଆବାସ ଯୋଜନାରେ ବସ୍ତି ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ସରକାର ନିଷ୍ପତି ନେଇଥିଲେ । ଉପା ସରକାର ଯିବା ପରେ ଏହାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଲେ । ଓଡ଼ିଶା ସରକାର ବସ୍ତି ଲୋକଙ୍କୁ ଜମି ଦେବା ପାଇଁ ତିଆରି କଲେ ଜାଗା ମିଶନ । ୨୦୧୧ରୁ ଏହାର ଏକ ଯୋଗ୍ୟ ତାଲିକା ହୋଇଛି । ହେଲେ ରାଜ୍ୟ ସରକାର ୨୦୨୩ ରେ ନୂଆ ତାଲିକା କରିଛନ୍ତି । ହେଲେ ଏହି ନୂଆ ତାଲିକାରେ ଦୁଇ ମହଲା କୋଠା, ପ୍ରଭାବଶାଳୀ ଲୋକ, ବଡ ବଡ ଦୋକାନ ଥିବା ଲୋକଙ୍କୁ ଦିଆ ଯାଇଛି । ଏଥିରେ ଦଳୀୟ ଲୋକଙ୍କୁ ଜାଗା ଦିଆଯାଇଛି । ଏପରିକି କୌଣସି ଅଭିଯୋଗ ଥିଲେ ତାହାକୁ ଜଣାଇବା ପାଇଁ ମାତ୍ର ୨ ଦିନ ସମୟ ଦିଆଯାଇଛି । ସେଥିରେ ଗୋଟିଏ ଦିନ ରବିବାର ରହିଛି । ଏଥିରୁ ଜଣା ପଡୁଛି ଈଗଉ ପକ୍ଷରୁ ଚଞ୍ଚକତା କରାଯାଇଛି । ଯାହାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି ଏବଂ ଏହାକୁ ବାତିଲ କରିବାକୁ ଦାବି କରିଛି । ପୂର୍ବରୁ ପ୍ରସ୍ତୁତ ହୋଇଥିବା ତାଲିକା ବଦଳରେ ନୂଆ ତାଲିକା କରାଯାଉ ଏବଂ ଏହି ତାଲିକାକୁ ନେଇ କୌଣସି ଅଭିଯୋଗ ଥିଲେ ଅଭିଯୋଗପତ୍ର ଦାଖଲ କରିବା ପାଇଁ କିଛି ଦିନର ସମୟ ଦିଆଯାଉ । ଯାହା ଦ୍ୱାରା ସ୍ୱଚ୍ଛତାର ସହ ଜାଗା ମିଶନରେ ସହରାଞ୍ଚଳ ବସ୍ତିବାସିନ୍ଦା ଉପକୃତ ହୋଇପାରିବେ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।