କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ରଙ୍କ ନିଜ ଦଳ ବିରୋଧରେ ସାଂଘାତିକ ଅଭିଯୋଗ । ଧୀରେ ଧୀରେ ନିଜ ଦଳର ନେତାଙ୍କ ସହ ବିଜୟଙ୍କ ମତଭେଦ ଏବେ ଚରମ ସୀମାରେ ପହଂଚିଲାଣି । ଏପରିକି ବିଜେପିକୁ ଦଲାଲ କହିବାକୁ ପଛାଇନାହାଁନ୍ତି ଏହି ବରିଷ୍ଠ ନେତା ।ଆଇଓସିଏଲରେ ଓଡିଆ ଲୋକଙ୍କୁ ନିଯୁକ୍ତି ଦିଆଯାଉ ନାହିଁ ବୋଲି ଅଭିଯୋଗ ଆଣିଥିଲେ ବିଜୟ । ସେପଟେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖିଥିଲା ବିଜେପି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଇଓସିଏଲ ନିଯୁକ୍ତି ବାବଦରେ ବିଜେପି ଦେଇଥିବା ତଥ୍ୟକୁ ପୁରୁଣା ତଥ୍ୟ ବୋଲି କହିଛନ୍ତି ବିଜୟ । ଏପରିକି କେତେ ଜଣ ସ୍ଥାନୀୟ ଅଂଚଳବାସୀଙ୍କୁ ଆଇଓସିଏଲରେ ଚାକିରୀ ଦିଆଯାଇଛି ତାର ଜବାବ ମାଗିଛନ୍ତି । ଆଇଓସିଏଲ ସହ ମହାନଦୀ ପ୍ରସଙ୍ଗ ଉଠାଇ ବିଜେଡି ସହ ବିଜେପିର ମେଂଟ ସରକାର କଥା ମନେପକାଇ ଦେଇଛନ୍ତି । କହିଛନ୍ତି କଳଙ୍କ ଲିଭିଯିବନି । ସେପଟେ ବିଜେପି ଏହାକୁ ବିଜୟଙ୍କ ରାଜନୈତିକ ପ୍ରଳାପ ବୋଲି କହିଛି ।