କନକ ବ୍ୟୁରୋ : ପୁଅ ଅରବିନ୍ଦ ମହାପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେବା ପରେ ଧନ୍ୟବାଦ ଜଣାଇଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଅରବିନ୍ଦ ବିଜେଡିରେ ଯୋଗଦାନ ଅବସରରେ ବିଜୟଙ୍କ ପାଇଁ ବାର୍ତା ପଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୁମ ସହ ମୋର ଆଶୀର୍ବାଦ ଅଛି ବାପାଙ୍କୁ ଏକଥା କହିବ ବୋଲି ଅରବିନ୍ଦଙ୍କୁ କହିଥିଲେ ନବୀନ । ଯାହାର ପ୍ରତିକ୍ରିୟାରେ ବିଜୟ କହିଛନ୍ତି, ପୁଅକୁ ଆଶୀର୍ବାଦ କଲେ ଧନ୍ୟବାଦ ଜଣାଇବି । ପୁରୁଣା ସମ୍ପର୍କ ଥିଲା ।

ଏହାସହ ବିଜୟ କହିଛନ୍ତି, ପୁଅ ଅରବିନ୍ଦ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ବିଭିନ୍ନ ପଞ୍ଚାୟତ ଓ ଗାଁ ବୁଲି ଲୋକଙ୍କ କଥା ବୁଝିଛନ୍ତି । ତେଣୁ କୌଣସି ଅସୁବିଧା ନାହିଁ । ତେବେ ଆସନ୍ତା ନିର୍ବାଚନ ରୋଚକ ହେବ ବୋଲି କହିଛନ୍ତି ବିଜୟ ମହାପାତ୍ର । ମେଂଟ ଚର୍ଚ୍ଚାକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେବା ସହ ବିଜୟ କହିଛନ୍ତି, ୫ ଦିନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ ।