କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଫଳକ ବଦଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଫଳକ ପରିବର୍ତନ କରି ନିଜର ଅପକର୍ମକୁ ଲୁଚାଇବାକୁ ଚେଷ୍ଟା କରଯାଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ବର୍ତମାନ ବିବାଦୀୟ ହୋଇଗଲାଣି । ରାଜ୍ୟ ସରକାର ଯଦି ଭଲ କାମ କରିବାକୁ ଚାହୁଁଛନ୍ତି ତେବେ ଏଭଳି ବାହାନା ଦେଖାଇବା ଉଚିତ୍ ନୁହେଁ । ଯେଉଁମାନେ ଏହାକୁ ମନିଟରିଂ କରୁଥିଲେ ଯଥା ଏଏସଆଇ ଓ ସରକାରୀ ଅଫିସରଙ୍କ ସ୍ପଷ୍ଟତା ନାହିଁ । ଭିତିରି ଉଦ୍ଦେଶ୍ୟ ରଖି ପ୍ରକଳ୍ପ କରିବାକୁ ଚାହୁଁଥିବାରୁ ଏଭଳି ଘଟଣା ଘଟିବାକୁ ଯାଉଛି ବୋଲି କହିଛନ୍ତି ବିଜୟ ମହାପାତ୍ର ।

Advertisment

ମାନ୍ୟବର ହାଇକୋର୍ଟ ଏ ପ୍ରସଙ୍ଗରେ ଶୁଣାଣି କରିବେ । ଏଏସଆଇ ମଧ୍ୟ ଏହାର ତଦାରଖ କରିବ । ଶ୍ରୀମନ୍ଦିର ଚୁର୍ତୁପାଶ୍ୱର୍ରେ ଖନନ ଓ ନିର୍ମାଣ କାର୍ଯ୍ୟକୁ ନେଇ ବିବାଦ ପରେ ନିର୍ମାଣ ସ୍ଥଳରୁ ଫଳକ ବଦଳାଇଦେଇଛି ଠିକାସଂସ୍ଥା । ହେଲେ କାହିଁକି ଫଳକ ହଟାଗଲା ସେନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।