ରାଜ୍ୟରେ ଏବେ କେହି ନାହାନ୍ତି କରୋନା ଆକ୍ରାନ୍ତ, ଲକ୍ଷଣ ଦେଖାଦେଲେ ଟେଷ୍ଟିଂ କରିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।

ରାଜ୍ୟରେ ଏବେ କେହି ନାହାନ୍ତି କରୋନା ଆକ୍ରାନ୍ତ, ଲକ୍ଷଣ ଦେଖାଦେଲେ ଟେଷ୍ଟିଂ କରିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।

କନକ ବ୍ୟୁରୋ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢିଛି । ବିଭିନ୍ନ ରାଜ୍ୟରୁ କରୋନା ସଂକ୍ରମଣର ଖବର ଆସୁଥିବା ବେଳେ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । କରୋନା ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟ କରିବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟବିଭାଗ ନିର୍ଦ୍ଦେଶକ । ଆବଶ୍ୟକ ପଡିଲେ, ଟେଷ୍ଟିଂ ସେଣ୍ଟର ବଢ଼ାଯିବ। ମାସ୍କ ବାଧ୍ୟତାମୂଳକ ପାଇଁ ଗାଇଡ଼ଲାଇନ ଆସିନାହିଁ।

ଏପର୍ଯ୍ୟନ୍ତ ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ କିନ୍ତୁ ଟେଷ୍ଟିଙ୍ଗ ଜାରି ରହିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ସହ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଆମେ ସତର୍କ ରହିବା । ସର୍ଭିଲାନ୍ସ ବଢେଇବା ସହ ସତର୍କ ରହିବା ପାଇଁ ସେ ଅପିଲ କରିଛନ୍ତି । ଭାରତରେ ଯେତିକି ଲୋକ ପଜେଟିଭ ଆସିଛନ୍ତି ୯୮% ରୁ ଅଧିକ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି। ଏବେସୁଦ୍ଧା ସେଭଳି ଗୁରୁତର ମାମଲା ସାମ୍ନାକୁ ଆସିନି । ତେଣୁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟବିଭାଗ ନିର୍ଦ୍ଦେଶକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe