କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମୁଛି, ବଢୁଛି । ତିନି ମାସ ହେବ ରାଜ୍ୟରେ ଏପରି ସ୍ଥିତି ରହିଛି । ହେଲେ ସ୍ଥିତି ଉଦବେଗଜନକ ନୁହେଁ କି ପଜିଟିଭିଟି ରେଟ୍ ଅଧିକ ନାହିଁ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ଏହା କହିଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଚିନ୍ତାଜନକ ରହିଛି ।
ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ଥିଲା । ଆଜି ଏହା ୟେଲୋ ଜୋନକୁ ଆସିଛି । ବାକି ସମସ୍ତ ଜିଲ୍ଲା ଗ୍ରୀନ ଜୋନରେ ରହିଛି । ହସ୍ପିଟାଲରେ ଏବେ କୋଭିଡ ସଂକ୍ରମିତ ଭର୍ତି ହେବା ସଂଖ୍ୟା କମିଛି । ପ୍ରଶାସନ ପକ୍ଷରୁ ସର୍ଭିଲାନ୍ସ ହେଉଛି କିନ୍ତୁ ଲୋକେ ଏହାକୁ ମାନୁନଥିବାରୁ ସଂକ୍ରମିତ ସଂଖ୍ୟା ବଢୁଛି ।
ରାଜ୍ୟରେ ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି । ଦୁର୍ଗାପୂଜା ପାଇଁ ଅନେକ ସ୍ଥାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ଯଦି ଲୋକେ ଏହି ସମୟରେ ସଚେତନ ନରହିବେ । ପରସ୍ପର ମଧ୍ୟରେ ସାମାଜିକ ଦୂରତା ନରଖି କରୋନା କଟକଣାକୁ ଉଲଙ୍ଘନ କରିବେ ତେବେ ଆଗକୁ କରୋନା ବଢିବ ଏଥିରେ ସନ୍ଦେହ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/Covid_19_1626427038.jpg)