ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ପ୍ରସଙ୍ଗରେ ମୁହାଁମୁହିଁ ହେଲେ ବିଜେପି ନେତା ! ବିଜୟ ପଚାରିଲେ, ଦେହକୁ କାହିିଁକ ନେଉଛନ୍ତି ବିଶ୍ୱଭୂଷଣ

Advertisment
ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ପ୍ରସଙ୍ଗରେ ମୁହାଁମୁହିଁ ହେଲେ ବିଜେପି ନେତା ! ବିଜୟ ପଚାରିଲେ, ଦେହକୁ କାହିିଁକ ନେଉଛନ୍ତି ବିଶ୍ୱଭୂଷଣ

କନକ ବ୍ୟୁରୋ : ରତ୍ନଭଣ୍ଡାର ଚାବି ହଜିବା ନେଇ ଆଜି ବିଜେପି, ରାଜ୍ୟର ବିଭିନ୍ନ ଥାନାରେ ଏତଲା ଦେଉଥିବା ବେଳେ, ଏପଟେ ବିଜେପିର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ବିଶ୍ୱଭୂଷଣ ହରିଚନ୍ଦନ ପୁଣି ମୁହାଁମୁହିଁ ହୋଇଛନ୍ତି । ବିଶ୍ୱଭୂଷଣ କହିଛନ୍ତି ବିଜୟ ମହାପାତ୍ର ତଥ୍ୟ ସଂଗ୍ରହ ନକରି କିଛି କହିବା ଉଚିତ ନୁହେଁ । ସେପଟେ ବିଜୟ ମହାପାତ୍ର କହିଛନ୍ତି ସେ ବିଶ୍ୱଭୂଷଣଙ୍କ ନାଁ ନେଇନାହାନ୍ତି, ତେଣୁ ସେ ଦେହକୁ କାହିଁକି ନେଉଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ।

publive-imageଗୋଟିଏ ପ୍ରସଙ୍ଗ ଦୁଇଟି ମତ । ମତ ପୁଣି ପରସ୍ପର ବିରୋଧୀ । ଗୋଟିଏ ପଟେ ବିଜୟ ମହାପାତ୍ର ଅନ୍ୟପଟେ ବିଶ୍ୱଭୂଷଣ ହରିଚନ୍ଦନ । ଶ୍ରୀମନ୍ଦିର ପରିଚାଳନା ନେଇ ଶଙ୍କରାଚାର୍ଯ୍ୟଙ୍କ ମତକୁ ସମର୍ଥନ କରିବାକୁ ଯାଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବିଜେପି ପୋଷ୍ଟରେ ଗୋଲଟିଏ କଲା ଭଳି ମନ୍ତବ୍ୟ ଦେବା ପରେ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିିଛନ୍ତି ବିଜେପିର ତୁଙ୍ଗ ନେତା ବିଶ୍ୱଭୂଷଣ ହରିଚନ୍ଦନ । ବିଜୟ ମହାପାତ୍ରଙ୍କ ପ୍ରଶ୍ନର ଉତର ଦେବାକୁ ଯାଇ ରଖିଛନ୍ତି ୯ବର୍ଷର ହିସାବ କିତାବର ଲମ୍ବା ତାଲିକା ।

ଶ୍ରୀମନ୍ଦିର ପରିଚାଳନା ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ବୟାନ ଏହି ବିତର୍କର ନିଆଁରେ ଘିଅ ଢ଼ାଳି ଦେଇଥିଲା । ଆଉ ପ୍ରସଙ୍ଗ ଫେରିଯାଇଥିଲା ମେଂଟ ସରକାର ସମୟକୁ । ଶଙ୍କରାଚାର୍ଯ୍ୟ କହିଥିଲେ, ବିଜେଡ଼ି ସହ ମେଣ୍ଟ କରି ସରକାରରେ ଥିବା ବେଳେ ଆଇନ ବିଭାଗର ଦାୟିତ୍ୱ ତୁଲାଉଥିଲେ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ସେତେବେଳେ ଶ୍ରୀମନ୍ଦିର ସଂସ୍କାର ପାଇଁ ବିଜେପି ନେତା କଣ ପଦକ୍ଷେପ ନେଇଥିଲେ ବୋଲି ପ୍ରଶ୍ନ କରିଥିଲେ ଶଙ୍କରାଚାର୍ଯ୍ୟ । ଶଙ୍କରାଚାର୍ଯ୍ୟଙ୍କ ଏହି ବୟାନ ପରେ ବିଜେପି ଭିତରୁ ହିଁ ଶୁଭିଥିଲା ଏକ ବିପରୀତ ମତ । ଯାହା, ଶ୍ରୀମନ୍ଦିର ପ୍ରସଙ୍ଗରେ ଆନ୍ଦୋଳନ କରୁଥିବା ବିଜେପିକୁ ହରଡଘଣାରେ ପକାଇ ଦେଇଥିଲା ।

କନକ ନ୍ୟୁଜ୍ ଡିବେଟରେ ଭାଗ ନେଇ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଏବଂ ବିଜେଡି ସାଂସଦଙ୍କ ବାକ୍ବିତଣ୍ଡା ଭିତରେ ବିଜୟ ମହାପାତ୍ରଙ୍କ ବୟାନ ଆସିଲା । ଯାହାର ଉତର ରଖିବା ପାଇଁ ଖୋଦ୍ ସାମ୍ବାଦିକ ସମ୍ମିଳନୀକୁ ଓହ୍ଲାଇ ଆସିଲେ ବିଶ୍ୱଭୂଷଣ ହରିଚନ୍ଦନ । ଶ୍ରୀମନ୍ଦିର ଏକ ଏଭଳି ପ୍ରସଙ୍ଗ ଯାହା, ଭକ୍ତଙ୍କୁ ଯେତିକି ପ୍ରଭାବିତ କରିଛି ନେତାଙ୍କୁ ବୟାନବାଜୀ କରିବା ପାଇଁ ସେତିକି ଉସୁକାଉଛି । କାରଣ ଭାବପ୍ରବଣତା ପାଇଁ ବୋଧହୁଏ ଏହାଠାରୁ ଆଉ ବଡ ପ୍ରସଙ୍ଗ କିଛି ନାହିଁ । ହେଲେ ବିଜୟଙ୍କ ଟାର୍ଗେଟରେ ବିଜେପି ଆସିଥିବା ଦଳ ପାଇଁ ବଡ ଅଡୁଆ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe