ପାହାଡ ଚଢୁଛନ୍ତି, ପକ୍ଷୀଙ୍କୁ ପାଣି ପିଆଉଛନ୍ତି । ଦୀର୍ଘ ୫ ବର୍ଷ ହେବ ଚଢେଇଙ୍କ ସେବା ଓ ସୁରକ୍ଷାରେ ଲାଗିଛନ୍ତି ୨ ଭାଇ ।

Advertisment
ପାହାଡ ଚଢୁଛନ୍ତି, ପକ୍ଷୀଙ୍କୁ ପାଣି ପିଆଉଛନ୍ତି । ଦୀର୍ଘ ୫ ବର୍ଷ ହେବ ଚଢେଇଙ୍କ ସେବା ଓ ସୁରକ୍ଷାରେ ଲାଗିଛନ୍ତି ୨ ଭାଇ ।

କନକ ବ୍ୟୁରୋ: ଯେତେବେଳେ ପ୍ରବଳ ଖରାରେ ମଣିଷ ତ୍ରାହି ତ୍ରହି ଡାକୁଛି ସେତେବେଳେ ବା ପଶୁଙ୍କ କଥା ନକହିବା ଭଲ । ମଣିଷକୁ ଗରମ ଲାଗିଲେ ସେ ଶୀତଳ ହେବାକୁ ବିଭିନ୍ନ ପନ୍ଥା ଆପଣାଉଛି । ହେଲେ ଉତପ୍ତ ଖରାରେ ଯେବେ ପାହାଡ ତାତି ଯାଏ, ବଣ ଜଙ୍ଗଲରେ ଖରାର ରାଜୁତି ଚାଲେ ସେବେ କେମିତି ବଞ୍ଚୁଥିବେ ଏ ପକ୍ଷୀକୂଳ । ନଈନାଳ ତ ଶୁଖିଯାଉଛି, ଏ ସମୟରେ ସେମାନେ ପାଣି କେଉଁଠୁ ପିଇବେ । ପକ୍ଷୀ ହେଲେ ତ କଣ ହେଲା । ସେମାନେ ତ ଜୀବ, ସେମାନଙ୍କର ତ ଜୀବନ ଅଛି । ସେମାନଙ୍କୁ ଶୋଷ ହେଉଥିବ, ଭୋକ ହେଉଥିବ । ତେଣୁ ସେମାନଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଗଲେ ଦୁଇ ଭାଇ । ଆଉ ଚିନ୍ତାକଲେ ଚଢେଇଙ୍କୁ ରକ୍ଷା କରିବାର ନିଆରା ବାଟ ।

ବିହାର ଗୟା ଅଞ୍ଚଳର ଯୁବକ ରଞ୍ଜନ କୁମାର ଏବଂ ତାଙ୍କ ଭାଇ ପକ୍ଷୀଙ୍କ ସୁରକ୍ଷା ଏବଂ ସେମାନଙ୍କ ରକ୍ଷଣା ବେକ୍ଷଣରେ ଲାଗିପଡିଛନ୍ତି । ପ୍ରତିଦିନ ସକାଳ ହେଲେ ସେମାନେ ପାହାଡ ଚଢି ଚଢେଇଙ୍କୁ ଖାଦ୍ୟ ପାନୀୟ ଦେଉଛନ୍ତି । ରାମଶିଲା ପାହାଡରେ ଥିବା ବିଭିନ୍ନ ଗଛରେ ବସାବାନ୍ଧୁଛନ୍ତି । ଟିଣକୁ କାଟି ସେଥିରେ ପାଣି ରଖିବାର ଏବଂ ଖାଦ୍ୟ ରଖିବାର ବ୍ୟବସ୍ଥା କରିଛନ୍ତି । ଯାହା ପକ୍ଷୀମାନଙ୍କୁ ଏ ଅସହ୍ୟ ତାତିରୁ ରକ୍ଷା କରୁଛି ।

୨୦୧୭ ମସିହାରୁ ଏହି ୨ ଭାଇ ପକ୍ଷୀ ସେବାରେ ଲାଗିଥିବା ବେଳେ ସେମାନଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳର ଅନେକ ଯୁବକ ଏହି ମହତ କାର୍ଯ୍ୟରେ ସାମିଲ ହେଉଛନ୍ତି । ତେବେ ମଣିଷମାନେ ତ ନିଜ କଥା ନିଜେ ବୁଝିଦେବେ ହେଲେ ସେମାନଙ୍କ କଥା ବୁଝିବାକୁ କିଏ ଅଛି । ତେଣୁ ଆସନ୍ତୁ ଖାଲି ପକ୍ଷୀ କାହିଁକି ସମାଜରେ ଶୋଷିଲା ଥିବା ପଶୁମାନଙ୍କ ପାଇଁ ବି ବ୍ୟବସ୍ଥା କରିବା ଆଉ ସେମାନଙ୍କୁ ଖରା ଦାଉରୁ ରକ୍ଷା କରିବା । ପଶୁପକ୍ଷୀଙ୍କୁ ସୁରକ୍ଷା କରି ମଣିଷପଣିଆର ଉଦାହରଣ ସାଜିବା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe