ବିହାର ଚମ୍ପାରଣରେ ଅଭାବନୀୟ ଘଟଣା । ଗୋଟିଏ ଗାଁର ୮ ଜଣଙ୍କ ମୃତ୍ୟୁ, ବିଷାକ୍ତ ମଦପିଇ ମୃତ୍ୟୁ ହୋଇଥିବା ସନ୍ଦେହ

384

କନକ ବ୍ୟୁରୋ : ବିହାର ସରକାରଙ୍କ ତରଫରୁ ରାଜ୍ୟରେ ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । ମାତ୍ର ବେଆଇନ ଭାବେ ରାଜ୍ୟରେ ମଦ ବିକ୍ରି ଚାଲିଛି ଓ ଅନେକ ସମୟରେ ବିଷାକ୍ତ ମଦପିଇ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ଏବେ ରାଜ୍ୟର ପଶ୍ଚିମ ଚମ୍ପାରଣରେ ୮ ଜଣ ଲୋକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଏହି ମୃତ୍ୟୁର କାରଣ ବିଷାକ୍ତ ମଦ ବୋଲି ପରିବାର ଲୋକେ କହିଛନ୍ତି ।

ବିଷାକ୍ତ ମଦ କାରଣରୁ ସେମାନଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକମାନେ କହୁଥିବା ବେଳେ ପ୍ରଶାସନ ଏନେଇ କିଛି ସ୍ପଷ୍ଟ କରିନାହିଁ । ମାତ୍ର ଜଣେ ମୃତକର ପରିବାର ଲୋକେ କହିଛନ୍ତି କି ବିଷାକ୍ତ ମଦପିଇବା କାରଣରୁ ମୃତ୍ୟୁ ହୋଇଛି । ସମସ୍ତ ମୃତକ ନୈତନ ଥାନା ଅନ୍ତର୍ଗତ ଦକ୍ଷୀଣ ତେଲହୁଆ ଗ୍ରାମର ବୋଲି ସୂଚନା ମିଳିଛି ।

ଅନ୍ୟଜଣେ ମୃତକଙ୍କ ପରିବାର ଲୋକ କହିବା କଥା କି ବୁଧବାର ସଂନ୍ଧ୍ୟାରେ ମଦ ପିଇବା ପରେ ଅଚାନକ ତାଙ୍କର ଦେହ ଅସୁସ୍ଥ ହୋଇପଡିଥିଲା । ଏହାପରେ ତାଙ୍କୁ ମେଡିକାଲ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ମୃତକଙ୍କ ପରିବାର ଲୋକ ଏଭଳି ଅଭିଯୋଗ ଆଣୁଥିଲେ ବି ପ୍ରଶାସନ ଏହାଠାରୁ ଦୂରେଇ ରହିଛି । ଏହି ପୁରା ଘଟଣା ଉପରେ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ କିଛି ମତ ଦେଇ ନାହାଁନ୍ତି ।

କହିରଖୁ କି ଦୁଇଦିନ ପୂର୍ବରୁ ଗୋପାଳଗଞ୍ଜରେ ବି ବିଷାକ୍ତ ମଦପିଇ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ ଚଳିତ ବର୍ଷ ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ବି ବିଷାକ୍ତ ମଦପିଇ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବିରୋଧୀମାନେ ପ୍ରବଳ ବର୍ଷିଥିଲେ ।