ବିହାରରେ ଚାଲିଛି ଭୋଟ ଗଣତି । ଏନଡିଏକୁ କଡା ଟକ୍କ ଦେଉଛିି ମହାଗଠବନ୍ଧନ । ମଧ୍ୟାହ୍ନ ସୁଦ୍ଧା ଏନଡିଏ ୧୨୭ ଓ ମହାଗଠବନ୍ଧନ ୧୦୫ ଟି ଆସନରେ ଆଗୁଆ

146

 କନକ ବ୍ୟୁରୋ : ବିହାର ନିର୍ବାଚନ ଫଳ ଫଳ ଏବେ ବି କଡା ମୁକାବିଲା ଭିତରେ ଚାଲିଛି । ଦିନ ୧.୩୦ ସୁଦ୍ଧା ଆସିଥିବା ଫଳା ଫଳ ମୁତାବକ ଏନଡିଏର ପଲ୍ଲା ଏବେ ବି ଭାରି ରହିଛି । ୨୪୩ ବିଧାନସଭା ଆସନ ବିଶିଷ୍ଠ ବିହାରେ ଏନଡିଏ ଏବେ ୧୨୭ ଆସନରେ ଆଗୁଆ ଥିବା ବେଳେ ମହାଗଠବନ୍ଧନ ୧୦୫ ଆସନରେ ଆଗୁଆ ରହିଛି ।
ବିହାର ଏନଡିଏ ମେଣ୍ଟରେ ବଡ ଦଳ କୁହାଯାଉଥିବା ଜେଡିୟୁ କିନ୍ତୁ ଭଲ ପ୍ରଦର୍ଶନ କରିପାରୁ ନଥିବା ଜଣାପଡିଛି । ଏବେ ଜେଡିୟୁ ୪୯ ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୭୪ ଟି ଆସନରେ ଆଗୁଆ ରହିଛି । ସେହିଭଳି ଏଚଏମ୍ ୨ ଟି ଆସନରେ ଆଗୁଆ ଥିବା ବେଳେ ଭିଆଇପି ୪ ଟି ଆସନରେ ଆଗୁଆ ରହିଛି ।
ସେହିଭଳି ଯଦି ମହାଗଠବନ୍ଧନକୁ ଦେଖାଯିବ ତାହେଲେ ମହାଗଠବନ୍ଧନରେ ବଡ ପାର୍ଟି ଆରଜେଡି ଆରମ୍ଭରୁ ଯେମିତି ଭଲ ପ୍ରଦର୍ଶନ କରିବ ବୋଲି ଜଣାପଡୁଥିଲା ଧିରେ ଧିରେ ତାହା ଭୂଲ ପ୍ରମାଣିତ ହେବାକୁ ଯାଉଛି । ଆରଜେଡି ବର୍ତମାନ ସୁଦ୍ଧା ୬୬ ଟି ଆସନରେ ଆଗୁଆ ଥିବା ବେଳେ ୭୦ ଆସନରେ ଲଢୁଥିବା କଂଗ୍ରେସ ବି ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଥିବା ଦେଖା ଦେଇଛି । ଏବେ କଂଗ୍ରେସ ୨୦ ଟି ଆସନରେ ଆଗୁଆ ରହିଛି । ସେହିଭଳି ୩୦ ଟି ଆସନରେ ପ୍ରାର୍ଥୀ ଦେଇଥିବା ବାମଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ବାମଦଳର ପ୍ରାର୍ଥୀମାନେ ୧୯ ଟି ଆସନରେ ଆଗୁଆ ରହିଛନ୍ତି । ମହାଗଠବନ୍ଧନ ମୋଟ ୧୦୫ ଟି ଆସନରେ ଆଗୁଆ ଚାଲିଛି ।