ଆଇଏଏସଙ୍କ ସଫଳତାର କାହାଣୀ । ୪୮୪ ରାଙ୍କ ହାସଲ କଲେ ବିହାରର ବିଶାଲ । 

111

କନକ ବ୍ୟୁରୋ : କଥାରେ ଅଛି ଯଦି ଦୃଢ ଇଚ୍ଛାଶକ୍ତି ମନରେ ରହେ ତେବେ ଅସମ୍ଭବ ବି ସମ୍ଭବ ହୋଇପାରେ । ନିଜ ଲକ୍ଷ୍ୟ ପଥରେ ଅନେକ ବାଧାବିଘ୍ନ ଆସିଲେ ବି ଏହାକୁ ଅତିକ୍ରମ କରି ମଣିଷ ସଫଳତା ପାଏ । ଏବେ ସେଭଳି କିଛି କମାଲ କରି ଦୋହରାଇଛନ୍ତି ବିହାରର ବିଶାଲ । ଯିଏକି କଡ଼ା ସଂର୍ଘଷ ଭିତରେ ଆଇଏଏସ ପରୀକ୍ଷାରେ ସଫଳତାର ସହ ଉର୍ତ୍ତୀର୍ଣ୍ଣ ହୋଇ ବଡ ଉଦାହରଣ ସାଜିଛନ୍ତି  ।

ଛୋଟବେଳୁ ବିଶାଳଙ୍କ ସ୍ୱଚ୍ଛଳ ଆର୍ଥିକ ଅବସ୍ଥା ନଥିଲା । କମ ବର୍ଷ ବୟସରେ ନିଜ ବାପାଙ୍କୁ ହରାଇଥିଲେ । ଦିନ ମଜୁରିଆ ବାପାଙ୍କ ବିୟୋଗ ପରେ ବିଶାଳଙ୍କ ମା ଛେଳି ଓ ମଇଁଷି ଚରାଇ ଘରର ଗୁଜରାଣ ମେଣ୍ଟାଉଥିଲେ । ଛୋଟବେଳୁ ଜଣେ ମେଧାବୀ ଛାତ୍ର ଥିବା ବିଶାଳ ଙ୍କ ପାଠପଡା ପାଇଁ ମା ମଧ୍ୟ ଦିନ ରାତି ବେଶ ପରିଶ୍ରମ କରିଥିଲେ । ଆଉ ଆଜି ଫଳ ସ୍ୱରୂପ ଆଇଏଏସ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ବିଶାଳ ୪୮୪ନମ୍ବର ରାଙ୍କ ରଖି ସଫଳତା ପାଇଛନ୍ତି ।ଏଭଳି ସଫଳତା ଯୁବପୀଡିଙ୍କ ପାଇଁ ନିଶ୍ଚିତଭାବେ ଏକ ନିଆରା ଉଦାହରଣ