ବିହାରରେ ଭିଡତନ୍ତ୍ର ନେଲା ୩ ଜୀବନ: ଗାଈ ଚୋର ସନ୍ଦେହରେ ୩ଜଣଙ୍କୁ ପିଟି ପିଟି ମାରିଦେଲେ ଲୋକେ

175

କନକ ବ୍ୟୁରୋ: ବିହାର ଛପ୍ରାରେ ଭିଡତନ୍ତ୍ର ନେଲା ୩ଜଣଙ୍କ ଜୀବନ । ସାରଣ ଜିଲ୍ଲା ବାନିୟାପୁର ଅଂଚଳରେ ପଶୁ ଚୋର ସନ୍ଦେହରେ ସ୍ଥାନୀୟ ଲୋକେ ୩ଜଣଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ବିନା କିଛି ବୁଝି ବିଚାରି ସ୍ଥାନୀୟ ଲୋକେ ୩ଜଣଙ୍କୁ ନିସ୍ତୁକ ପିଟି ଥିଲେ । ଘଟଶା ଗତକାଲି ରାତିର । କିନ୍ତୁ ଗତକାଲି ରାତିରୁ ଆଜି ସକାଳ ଯାଏଁ ଏହି ୩ଜଣ ଲୋକଙ୍କୁ ସ୍ଥାନୀୟ ଲୋକେ ଏକାଠି ହୋଇ ମାଡ ମାରିଥିଲେ । ଶେଷରେ ୩ଜଣ ଯାକ ଆଖିବୁଜିଛନ୍ତି । ଏହା ପୂର୍ବରୁ ଅର୍ଥାତ ଗତକାଲି ମଦ୍ରପ୍ରଦେଶରୁ ମଧ୍ୟ ମୋବ ଲିଂଚିଙ୍ଗ ଖବର ସାମ୍ନାକୁ ଆସିଥିଲା ।