ଛୁଟି ପାଇଁ ଶିକ୍ଷକଙ୍କ ଅଜବ ଅଜବ ଦରଖାସ୍ତ , ଅଡୁଆରେ ଶିକ୍ଷା ବିଭାଗ । ଦରଖାସ୍ତ ପଢିଲେ ହସି ହସି ଗଡିବେ ।

4,380

କନକ ବ୍ୟୁରୋ: ବିହାରର ଶିକ୍ଷକ ଏବେ ଛୁଟି ପାଇଁ ଅଜବ ଅଜବ ଦରଖାସ୍ତ ଲେଖୁଛନ୍ତି । ଯାହାକୁ ନେଇ ଶିକ୍ଷା ବିଭାଗର ମୁଣ୍ଡ ବିନ୍ଧା ବଢିଛି । ଏହି ଦରଖାସ୍ତକୁ ପଢିିଲେ ଆପଣ ବି ହସି ହସି ଗଡିବେ । ଏବେ ଏହି ଛୁଟି ଦରଖାସ୍ତ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋରେ ଦେଖାଯାଇଥିବା ଫଟୋକୁ ଦେଖନ୍ତୁ । ଏଥିରୁ ଗୋଟିଏ ଛୁଟି ଦରଖାସ୍ତ ଲେଖିଛନ୍ତି ଶିକ୍ଷକ ଅଜୟ କୁମାର । ସେ ଲେଖିଛନ୍ତି ଯେ, ‘ଡିସେମ୍ବର ୫ ତାରିଖ ସେମାବାର ୮ ତାରିଖରେ ମୋ ମା’ଙ୍କ ମୃତ୍ୟୁ ହୋଇଯିବ । ତାଙ୍କର ଶେଷକୃତ୍ୟ ପାଇଁ ଡିସେମ୍ବର ୬ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ମୁଁ ସ୍କୁଲରେ ଅନୁପସ୍ଥିତ ରହିବି ।

ଆଉ ଏକ ଛୁଟି ଦରଖାସ୍ତରେ ଶିକ୍ଷକ ରାଜଗୌରବ ଲେଖିଛନ୍ତି ଯେ, ‘ଡିସେମ୍ବର ୪ରୁ ୫ତାରିଖ ପର୍ଯ୍ୟନ୍ତ ମୋ ପେଟ ଖରାପ ହୋଇଯିବ । ତେଣୁ ମୁଁ ସ୍କୁଲକୁ ଆସିପାରିବ ନାହିଁ ତେଣୁ ମୋ ଛୁଟି ମଞ୍ଜୁର କରିବା ହୁଅନ୍ତୁ’ । ଜଣେ କି ଦି ଜଣ ନୁହଁନ୍ତି ବିହାରର କିଛି ସ୍କୁଲର ଶିକ୍ଷକମାନେ ଆଜିକାଲି ଏପରି ଅଜବ ଅଜବ ଛୁଟି ଦରଖାସ୍ତ ଲେଖୁଥିବା ଦେଖିବାକୁ ମିଳୁଛି ।

ସୂଚନା ମୁତାବକ, ମୁଙ୍ଗେର, ଭାଗଲପୁର ଓ ବାଙ୍ଗା ଜିଲ୍ଲାରେ ଶିକ୍ଷକମାନଙ୍କ ଆକସ୍ମିକ ଛୁଟି ଦାବି ନେଇ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଜାରି କରିଛନ୍ତି , ଯେଉଁଥିରେ ଛୁଟିନେବାକୁ ୩ ଦିନ ପୂର୍ବରୁ ଦରଖାସ୍ତ ଦେବାକୁ କୁହାଯାଇଛି । ଯଦି ଶିକ୍ଷକମାନେ ଏପରି ନକରନ୍ତି ତେବେ ସେମାଙ୍କର ଛୁଟି ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି । ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଶିକ୍ଷକ ସଙ୍ଗଠନ ।