ହଟିଲେ ବିହାର ବାଚସ୍ପତି । ଅନାସ୍ଥା ପ୍ରସ୍ତାବରେ ବାଚସ୍ପତିଙ୍କ ବିପକ୍ଷରେ ୧୨୫, ସପକ୍ଷରେ ପଡ଼ିଲା ୧୧୨ ଭୋଟ୍ ।

599

କନକ ବ୍ୟୁରୋ: ବିହାର ବିଧାନସଭାରେ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାସ୍ ହୋଇଛି । ବାଚସ୍ପତିଙ୍କ ବିପକ୍ଷରେ ୧୨୫ ଭୋଟ୍ ପଡ଼ିଥିବା ବେଳେ ତାଙ୍କ ସପକ୍ଷରେ ୧୧୨ଟି ଭୋଟ୍ ପଡ଼ିଛି । ଏବେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିଜୟ ପାଇଁ ତାଙ୍କୁ ଆବଶ୍ୟକ ୧୨୨ଭୋଟ୍ ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ମିଶି ସରକାର ଗଢିବା ପରେ ଆଜି ବିଧାନସଭାରେ ଆସ୍ଥା ଭୋଟ । ଏହା ପୂର୍ବରୁ ବିହାରରେ ରାଜନୈତିକ ଛକାପଞ୍ଝା ବଢ଼ିବାରେ ଲାଗିଛି । ଇଣ୍ଡିଆ ମେଣ୍ଟ ଏବଂ ଏନଡିଏ ଉଭୟ ନିଜ ନିଜ ବିଧାୟକଙ୍କୁ ଗୃହବନ୍ଦୀ କରି ରଖିଲା ଭଳି ରଖିଛନ୍ତି । ଜେଡିୟୁର ୪ ବିଧାୟକ ଧରାଛୁଆଁ ଦେଉନଥିବାରୁ ନୀତୀଶ କୁମାରଙ୍କ ଟେନସନ ବଢିଛି ।