ବିହାର ସିବାନ ହସ୍ପିଟାଲରେ ରୋଚକ ଦୃଶ୍ୟ, ଏକା ସାଙ୍ଗରେ ୫ ଶିଶୁଙ୍କୁ ଜନ୍ମଦେଲେ ମହିଳା

88

କନକ ବ୍ୟୁରୋ : ବିହାରର ସିବାନ ଠାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ସିବାନ ସଦର ହସ୍ପିଟାଲରେ ଜଣେ ମହିଳା ଏକା ସାଙ୍ଗରେ ୫ ଟି ଶିଶୁ ଜନ୍ମ ଦେଇଛନ୍ତି । ଏହି ୫ ନବଜାତ ଶିଶୁଙ୍କ ମଧ୍ୟରୁ ୨ ଟି ପୁତ୍ର ଓ ୩ ଟି କନ୍ୟା ସନ୍ତାନ ରହିଛନ୍ତି । ଏଭଳି ପ୍ରସବ ପରେ ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସିବାନ ନଗର ଥାନା ଅଞ୍ଚଳ ସ୍ମାଇଲ ସହିଦ ତାକିଆ ସ୍ଥିତ ୱାର୍ଡ ନଂ ୧୮ ରେ ରହୁଥିବା ମହମ୍ମଦ ଝୁନାଙ୍କ ପତ୍ନୀ ଫଉଜାହାଁ ଗର୍ଭବତୀ ଥିଲେ । ତାଙ୍କର ଡେଲିଭରୀ ସମୟ ହେବାରୁ ତାଙ୍କୁ ସିବାନ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗୁରୁବାର ଦ୍ୱିପ୍ରହରେ ଫୁଲଜାହାଁଙ୍କ ଅପରେଶନ କରାଯାଇଥିଲା । ଏହି ଅପରେଶନରେ ଫଲଜାହାଁ ୫ ଟି ଶିଶୁ ଜନ୍ମ ଦେଇଥିଲେ ।

ଅପରେଶନ ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାକଥା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ହେଲେ ନବଜାତକ ମାନଙ୍କୁ ନେଇ ଡାକ୍ତରମାନେ କିଛି କହିନାହାଁନ୍ତି ।