ଜେଲରେ ବାର୍ଥ ଡେ ପାର୍ଟି । କୁଖ୍ୟାତ ଅପରାଧୀଙ୍କ ଜନ୍ମଦିନ ପାଳନ ହେଲା ଜେଲ୍ ଭିତରେ । ଆଜ୍ଞା ହଁ ବିହାରର ସୀତାମଢୀ ଜେଲ୍ ର ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହୋଇଛି । ଯେଉଁଥିରେ ପ୍ରଶାସନର ଦୁର୍ବଳତା ଉପରକୁ ପୁଣିଥରେ ଅଙ୍ଗୁଳି ନିର୍ଦ୍ଧେଶ କରାଯାଇଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ କୁଖ୍ୟାତ ଅପରାଧୀ ପିଣ୍ଟୁ ତିୱାରୀ ନିଜ ସାଥୀ ଅପରାଧୀଙ୍କ ସହ ଜେଲ୍ ଭିତରେ ଜନ୍ମଦିନ ପାଳନ କରୁଥିବାର ନଜର ଆସୁଛି । ୨୦୧୫ ମସିହାରେ ଦରଭଙ୍ଗାର ଦୁଇ ଇଞ୍ଜିନିୟରଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଏହି କୁଖ୍ୟାତ ଅପରାଧି ସୀତାମଢୀ ଜେଲ୍ ରେ ଆଜୀବନ କାରାଦଣ୍ଡ ଭୋଗୁଛି । ୨ ଦିନ ତଳେ ପିଣ୍ଟୁ ୂତିୱାରୀର ଜନ୍ମଦିନ ଥିବାବେଳେ ଜେଲ୍ ଭିତରେ ହିଁ ସେ ଅନ୍ୟ ଅପରାଧୀଙ୍କ ସହ କେକ୍ କାଟି , ନାଚି ଗାଇ ନିଜ ଜନ୍ମଦିନ ପାଳନ କରିଥିଲା । ଖାଲି ଏତିକି ନୁହଁ ଆଜ୍ଞା , ଅପରାଧୀଙ୍କ ପାଇଁ ମଟନ୍ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା ।
ଭିଡିଓରେ ପିଣ୍ଟୁ ତିୱାରୀଙ୍କ ଜନ୍ମଦିନ ପାଇଁ ସାଥୀମାନେ ମହମବତୀ ଏବଂ କେକ୍ ସଜାଡୁଥିବାର ଦେଖାଯାଉଥିବା ବେଳେ ଗୀତ ଗାଉଥିବାର ମଧ୍ୟ ଦେଖାଯାଉଛି । ଜନ୍ମଦିନ ଯେତେବେଳେ ଉପହାର ମଧ୍ୟ ଦିଆଯିବା ଦରକାର । କଏଦୀମାନେ ବାର୍ଥ ଡ଼େ ବଏଙ୍କୁ ଦୁଇ ଦୁଇଟି ଉପହାର ମଧ୍ୟ ଦେଇଥିଲେ । ଉପହାର ପରେ ଭୋଜିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଜେଲ୍ ଭିତରେ ମଟନ୍ ଏବଂ ଭାତର ବ୍ୟବସ୍ଥା କରାଯାଇଥିଲା । ତେବେ ଜେଲର ଏଭଳି ଖାମଖିଆଲ ବ୍ୟବସ୍ଥାକୁ ଦେଖିଲେ ଏଭଳି ପ୍ରତୀତ ହେଉଛି ଯେଭଳି ରୋଷେଇ ପାଇଁ ଜେଲ୍ ବାହାରୁ ରୋଶେୟାଙ୍କୁ ଡକାଯାଇଥିଲା । ଭିଡିଓରେ ୧୨ ରୁ ଅଧିକ କଏଦୀ ପିଣ୍ଟୁଙ୍କ ସହ ଏକାଠି ବସି ଖାଉଥିବାର ନଜର ଆସୁଛନ୍ତି । ଖାଦ୍ୟ ପରେ ମିଠେଇର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସୀତାମଢୀ ଜେଲ୍ ରୁ ଏହି ଭିଡିଓ ଭାଇରାଲ୍ ହେବା ପରେ ଏବେ ପୋଲିସ୍ ବିଭାଗ ମୁଣ୍ଡରେ ଯେମିତି ଚଡ଼କ ମାଡି ବସିଛି । ଜେଲର କଏଦୀ ଆଇନ୍ ର କଡା ନିୟମକୁ ବେଖାତିର୍ କରି କିଭଳି ଭାବରେ ଜନ୍ମଦିନ ପାଳନ କଲେ ଏହା ଏବେ ସମସ୍ତଙ୍କୁ ଚକିତ କରିଛି । ଜେଲ୍ ପ୍ରଶାସନର ବିନା ଅନୁମତିରେ ଏ ସବୁ ହେବା ସମ୍ଭବ ନୁହେଁ । ତେବେ ବିହାର ଜେଲ୍ ଆଇଜି ମିଥିଲେଶ୍ କୁମାର ଏହି ଭିଡିଓର ଜାଞ୍ଚ୍ କରିବାକୁ ଆଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/ty.jpg)
/kanak/media/post_attachments/wp-content/uploads/2019/09/424367-birthday-celebration-300x169.jpg)