କନକ ବ୍ୟୁରୋ : ଜାତୀୟ ଜନଗଣନା ମାମଲା ବିହାରରେ ପୁଣି ରାଜନୀତିକୁ ସରଗରମ କରିଛି । ରାଜ୍ୟର ମୁଖ୍ୟ ବିରୋଧୀଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏହି ମାମଲାରେ ବିହାରର ମୁଖ୍ୟମନ୍ତ୍ରୀଙ୍କୁ ଅଫର ଦେଇଛି କି ଯଦି ଏହି ପ୍ରସଙ୍ଗରେ ସେ ବିଜେପିକୁ ବିରୋଧ କରି ଜାତୀୟ ଜନଗଣନାକୁ ରାଜ୍ୟରେ ଲାଗୁ କରାନ୍ତି ତେବେ ସଂକଟ ସମୟରେ ସେ ନିଶ୍ଚିତ ଭାବେ ନିତୀଶକୁ ସହ ଯୋଗ ଦେବେ ।

Advertisment

ଇିହାର ଆରଜେଡିର ଅଧ୍ୟକ୍ଷ ଜଗଦାନନ୍ଦ ସିଂ ପାଟନାରେ ବୁଧବାର ଏଭଳି ଘୋଷଣା କରି କହିଛନ୍ତି କି ଜାତିଗତ ଜନଗଣନାରେ ନିତୀଶ ଯଦି ବିଜେପିର ହାତ ଛାଡିବେ ତେବେ  ରାଷ୍ଟ୍ରୀୟ ଜନତା ଦଳ ନିତୀଶଙ୍କୁ ସମର୍ଥନ ଦେବ । ଅନ୍ୟପଟେ ସିଂ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି ଏହି ମାମଲାରେ ବିଜେପି ଥଣ୍ଡା ଅବସ୍ଥାରେ ରହିଛି ।

ଜଗଦାନନ୍ଦ ସିଂ ନିତୀଶଙ୍କୁ ଏଭଳି ଅଫର ଦେବା ପରେ ବିହାର ରାଜନୀତିରେ ସରଗରମ ଦେଖିବାକୁ ମିଳିଛି । ସୋମବାର ଦିନ ଜନତା ଦରବାରରେ ଏନେଇ ନିତୀଶଙ୍କୁ ପଚରାଯାଇଥିବା ପ୍ରଶ୍ନ ଉତ୍ତର ଦେଇ ସେ କହିଛନ୍ତି କି ଏହି ମାମଲାରେ ସର୍ବଦଳୀୟ ବୈଠକ ଡାକିବାରେ ବିଜେପି ବାଧକ ସାଜିଛି । ଅନ୍ୟପଟେ ଆରଜେଡିର ଏଭଳି ଅଫରକୁ ଜନତା ଦଳ (ୟୁନାଇଟେଡ)ର ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ସ୍ୱାଗତ କରିଛନ୍ତି ।

ସେପଟେ ଆଜି ସକାଳେ ବିହାର ବିଜେପି ଅଧ୍ୟକ୍ଷ ସଂଜୟ ଜୟସ୍ୱାଲ ସୋସିଆଲ ମିଡିଆରେ ଏହି ମାମଲାକୁ ନେଇ ବିସ୍ତୁତ ପ୍ରତିକ୍ରିୟ ଦେଇଛନ୍ତି । ହେଲେ ସେ ଜାତିଗତ ଜନଗଣନାକୁ ନେଇ ସ୍ପଷ୍ଟମତ ପ୍ରକାଶ କରିନାହାଁନ୍ତି । ସେ ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ବିଶେଷ କରି ଲାଲୁଙ୍କୁ ଟାର୍ଗେଟ୍ କରିଛନ୍ତି ।

କହିରଖୁ କି ବିହାରରେ ଗୋଟିଏ ପଟେ ନିତୀଶଙ୍କୁ ସଂଯୁକ୍ତ ଜନତା ଦଳ ବିଜେପି ମେଣ୍ଟରେ ସରକାର ଗଠନ କରିଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ ବି ବାମପନ୍ଥୀ ଓ କଂଗ୍ରେସ ଦଳ ସହ ମେଣ୍ଟ କରି ନିର୍ବାଚନ ଲଢିଥିଲା । ଯଦି ଏବେ ଆରଜେଡି ଜେଡିୟୁ ସହ ମେଣ୍ଟ କରିବ ତେବେ ବିଜେପି ସହ ବି କଂଗ୍ରେସ ଓ ବାମଦଳମାନେ ବଳି ପଡିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।