ପଦାରେ ପଡ଼ିଲା କୋଭିଡ୍ ମୃତ୍ୟୁର ସତ : କୋର୍ଟଙ୍କ ହସ୍ତକ୍ଷେପ ପରେ ସତ ମାନିଲା ବିହାର, ତାଲିକାରେ ଯୋଡ଼ା ହେଲା ଆଉ ୩୯୫୧

325

କନକ ବ୍ୟୁରୋ : ସାମ୍ନାକୁ ଆସୁଛି କୋଭିଡ୍ ମୃତ୍ୟୁର ସତ । କରୋନା ମୃତ୍ୟୁକୁ ନେଇ ସମସ୍ତଙ୍କ ସନ୍ଦେହ ଭିତରେ ଆଜି ବିହାର ଦୀର୍ଘ ଦିନ ହେଲା ଲୁଚେଇ ଆସୁଥିବା ମୃତ୍ୟୁର ତଥ୍ୟ ସାମ୍ନାକୁ ଆସିଛି । ଫଳରେ ଗୋଟିଏ ଦିନରେ ଭାରତରେ କରୋନ ମୃତ୍ୟୁ ସଂଖ୍ୟା ୬ ହଜାର ଟପିଯାଇଛି । ଯାହା ସର୍ବକାଳୀନ ରେକର୍ଡ । କୋର୍ଟ ତାଗିଦ୍ ପରେ ବିହାର ସରକାର କରୋନା ମୃତ୍ୟୁରେ ସଂଶୋଧନ କରିଛନ୍ତି ।

ଯାହା ଫଳରେ ଗଣନା କରାଯାଇନଥିବା ୩ ହଜାର ୯୫୧ଟି ମୃତ୍ୟୁକୁ ତାଲିକାରେ ଯୋଡ଼ା ଯାଇଛି । ଯାହା ଫଳରେ ବିହାରରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୪୦୨୯ ଛୁଇଁ ଯାଇଛି । କେବଳ ବିହାର ନୁହେଁ ଭାରତର ଅନେକ ଦେଶରେ କରୋନା ମୃତ୍ୟୁକୁ ନେଇ ତଥ୍ୟ ଲୁଚାଯାଉଥିବା ଦେଖିବାକୁ ମିଳିଛି । ମହାରାଷ୍ଟ ସରକାର ମଧ୍ୟ କୋଭିଡ ମୃତ୍ୟୁର ସଂଶୋଧିତ ତାଲିକା ପ୍ରକାଶ କରିଛନ୍ତି । ଆଉ ବିଗତ ୧୨ ଦିନରେ ଗଣନା କରାଯାଇନଥିବା ୫ ହଜାର ମୃତ୍ୟୁକୁ ତାଲିକା ଭୁକ୍ତ କରାଯାଇଛି ।