କନକ ବ୍ୟୁରୋ: ପ୍ରଶାନ୍ତ କିଶୋର ଜନ ସୂରାଜ ପଦଯାତ୍ରା ନେଇ ସାରା ବିହାର ପରିଭ୍ରମଣ କରୁଛନ୍ତି । ଏହି ଯାତ୍ରା ସମୟରେ ସେ ଲଗାତର ଭାବେ ସମସ୍ତ ଦଳ ଉପରେ ନିଶାନା ସାଧୁଛନ୍ତି । ଏବେ ପୁଣି ଥରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଉପରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ତେଜସ୍ୱୀ ଯାଦବ ଯଦି ଲାଲୁ ଯାଦବଙ୍କ ପୁଅ ନହୋଇଥାନ୍ତେ ତେବେ ଦେଶରେ ଏହିଭଳି କୌଣସି ଚାକିରୀ ନାହିଁ ଯାହା ତାଙ୍କ ପାଇଁ ଉପଯୁକ୍ତ ।

Advertisment

ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କହିଛନ୍ତି ନୀତିଶ କୁମାର ଏବଂ ଆରଜେଡିର କୌଣସି ଠିକଣା ନଥିବା କହିଛନ୍ତି । ଏଭଳି ଲୋକ କଣ କେବେ କାହାକୁ ପ୍ରଧାନମନ୍ତ୍ରୀ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ୨୦୨୪ରେ ନୀତିଶଙ୍କ ଅବସ୍ଥା ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ହେବ ବୋଲି ସେ କହିଛନ୍ତି । ପିକେ ଏହି ହମଲା ସେତେବେଳେ କରିଛନ୍ତି ଯେତେବେଳେ ନୀତିଶ ଏବଂ ତେଜସ୍ୱୀ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ସମସ୍ତ ବିରୋଧୀଙ୍କୁ ଏକଜୁଟ କରିବାର ପ୍ରୟାସ କରୁଛନ୍ତି ।

ନୀତିଶ କୁମାର ଏବଂ ତେଜସ୍ୱୀ ନିକଟରେ ସପା ଅଧ୍ୟକ୍ଷ ଅଖିଲେଶ କୁମାର ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି । ଏହା ପୂର୍ବରୁ ସେମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଉଭୟ ନେତା ଭେଟିଥିଲେ ।