ବିହାରରେ ନୀତୀଶ କମ୍ପନ । କୌଣସି ମୁହୁର୍ତରେ ବଦଳିପାରେ ରାଜ୍ୟରାଜନୀତିର ରୂପରେଖ,ମୁଖ୍ୟମନ୍ତ୍ରୀଙ୍କ ଘରେ ବସୁଛି ଘନଘନ ବୈଠକ

144

କନକ ବ୍ୟୁରୋ : ବିହାର ରାଜନୀତିରେ ପୁଣିଥରେ ଦେଖିବାକୁ ମିଳୁଛି ବଡ ପରିବର୍ତ୍ତନ । ରାଜଧାନୀ ପାଟନାରେ ବଢିଯାଇଛି ରାଜନୈତିକ ହଲଚଲ । ତୁହାକୁ ତୁହା ବୈଠକ, ନେତା – ମନ୍ତ୍ରୀଙ୍କ ଭିତରେ ଫୋନରେ ଆଲୋଚନା । କଣ ହେବ ନୀତୀଶ କୁମାରଙ୍କ ପରବର୍ତୀ ନିଷ୍ପତି । ସାରା ଦେଶର ନଜର ରହିଛି ପାଟନା ଉପରେ । କାରଣ ପୁଣିଥରେ ମହାମେଂଟ ଭାଙ୍ଗି ନୂଆ ସରକାର ଗଢିବାକୁ ମନ କରିଛନ୍ତି ଜେଡିୟୁ ମୁଖିଆ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । କୁହାଯାଉଛି ରବିବାର ଏନେଇ ବିହାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ କରିବେ ନୀତୀଶ ଏବଂ ସୋମବାର ବିଜେପି ସହ ମିଶି ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ନୀତୀଶ କୁମାରଙ୍କ ଆଗାମୀ ପଦକ୍ଷେପ କଣ, ଲାଲୁ ପ୍ରସାଦ ଯାଦବ କଣ କରିବେ, ସମସ୍ତଙ୍କ ନଜର ତାହା ଉପରେ ଅଟକି ରହିଛି । ଜେଡିୟୁ-ଆରଜେଜି ମେଂଟ ଭାଙ୍ଗିବା ପରେ ବିହାର ରାଜନୈତିକ ସମୀକରଣ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି ।

ଜେଡିୟୁ -ଆରଜେଡି ମେଂଟ ଭାଙ୍ଗିବା ପରେ ନିଜ ଦଳର ବିଧାୟକଙ୍କୁ ନେଇ ବୈଠକ ଡାକିଛନ୍ତି ଲାଲୁ ପ୍ରସାଦ ଯାଦବ । ଆଉ ଏହି ବୈଠକରେ ନିଜ ମନ୍ତ୍ରୀଙ୍କୁ ଇସ୍ତଫା ନ ଦେବାକୁ ତାଗିଦ କରି କହିଛନ୍ତି ଲାଲୁ ଯାଦବ । କେବଳ ସେତିକି ନୁହେଁ କିଭଳି ସେମାନେ ସରକାର ଗଢିପାରିବେ ସେ ଦିଗରେ ମଧ୍ୟ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ । ସେପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ନିଜ ବିଧାୟକଙ୍କୁ ନେଇ ବୈଠକ କରିଛନ୍ତି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ନୀତୀଶ କୁମାର । କୁହାଯାଉଛି ନୀତୀଶ କୁମାର ଗୋଟିଏ ହାତରେ ଇସ୍ତଫା ପତ୍ର ଆଉ ଏକ ହାତରେ ସରକାର ଗଢିବାର ସମର୍ଥନ ପତ୍ର ନେଇ ରାଜ୍ୟପାଳଙ୍କ ପାଖରେ ହାଜର ହେବେ । ଆରଜେଡି ସହ ମେଂଟ ଭାଙ୍ଗି ବିଜେପି ସହ ମିଶି ନବମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବେ ନୀତୀଶ ।

ବିହାର ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୪୩ । ସରକାର ଗଢିବାକୁ ମ୍ୟାଜିକ ନମ୍ବର ୧୨୨ । ମୋଟ୍ ୭୯ ଆସନ ସହ ଲାଲୁ ଯାଦବଙ୍କ ଆରଜେଡି ସବୁଠାରୁ ବଡଦଳ ଏବଂ ୭୮ ଆସନ ସହ ଦ୍ୱିତୀୟରେ ରହିଛି ବିଜେପି । ଦୁଇଦଳ ମ୍ୟାଜିକ ନମ୍ବର ଛୁଇଁ ପାରିନଥିବାରୁ ମାତ୍ର ୪୫ ଆସନ ଜିତିଥିବା ନୀତୀଶ କୁମାରଙ୍କ ଜେଡିୟୁ ଉପରେ ଉଭୟ ଦଳ ନିର୍ଭରଶୀଳ । କଂଗ୍ରେସର ୧୯ ଓ ବାମଦଳର ୧୬ ବିଧାୟକ ଅଛନ୍ତି । ଆରଜେଡି, କଂଗ୍ରେସ ଓ ବାମଦଳ ମିଶି ମୋଟ୍ ବିଧାୟକ ସଂଖ୍ୟା ୧୧୪ । ଏନଡିଏ ମେଂଟ ସହ ଥିବା ହମ ପାର୍ଟିପାଖରେ ରହିଛି ୪ଟି ଆସନ । ଅସଉଦ୍ଦିନ ଓୱେସିଙ୍କ ଦଳ ପାଖରେ ଗୋଟିଏ ଆସନ ରହିଛି, ଯିଏ ନା ବିଜେପି ସହିତ ଅଛନ୍ତି ନା ମହାଗଠବନ୍ଧନ ସହ । ତେଣୁ ନୀତୀଶଙ୍କ ସମର୍ଥନ ଯୁଆଡେ ଯିବ ସେ ସରକାରରେ ବସିବ । ବାରମ୍ବାର ବିଶ୍ୱାସଘାତ ସତ୍ୱେ ବିଜେପି ପୁଣିଥରେ ନୀତୀଶଙ୍କୁ ଆପଣେଇ ନେବାପାଇଁ ସଂକେତ ଦେଇଛି ।

ବିିହାର ବିଧାନସଭା ଆସନ ସଂଖ୍ୟା- ୨୪୩
ସରକାର ଗଢି଼ବାକୁ ମ୍ୟାଜିକ ନମ୍ବର- ୧୨୨
ବିଜେପି ଆରଜେଡି
କେମିତି ଗଢ଼ିବ ସରକାର? କେମିତି ଗଢ଼ିବ ସରକାର?

                                                                                        ବିଜେପି- ୭୮ ଆରଜେଡି- ୭୯
ଜେଡିୟୁ- ୪୫ କଂଗ୍ରେସ- ୧୯
ହମ୍ ପାର୍ଟି- ୦୪ ବାମ ଦଳ- ୧୬
ମୋଟ୍- ୧୨୭ ମୋଟ୍- ୧୧୪
ବହୁମତଠାରୁ ୫ ଅଧିକ ବହୁମତଠାରୁ ୮ କମ୍