ବିହାର ରାଜନୀତି ସରଗରମ । ଆଜି ଇସ୍ତଫା ପରେ ପୁଣି ଶପଥ ନେଇପାରନ୍ତି ନୀତୀଶ କୁମାର,ପଶ୍ଚିମବଙ୍ଗ ବଦଳରେ ବିହାର ଯାଇପାରନ୍ତି ଅମିତ୍ ଶାହା

153

କନକ ବ୍ୟୁରୋ : ବିହାରରେ ରାଜନୈତିର ହଲଚଲ ବଢିଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଂଟ ଛାଡି ବିଜେପି ମେଂଟରେ ସାମିଲ ହେବା ନେଇ ଚର୍ଚ୍ଚା ବଢିବା ପରେ ପାଟନାରୁ ଦିଲ୍ଲୀ ଯାଏଁ ରାଜନୈତିକ ହଟଚମଟ ବଢିଯାଇଛି । ଆରଜେଡି, ହାମ ଓ ବିଜେପିର ଘନ ଘନ ବୈଠକ ବସିଛି । ଶନିବାର ପାଟନାରେ ଦିନସାରା ରାଜନୈତିକ ହଟଚମଟ ଦେଖାଦେଇଥିଲା । ବିଜେପି, ଆରଜେଡି ଓ ହାମର ବୈଠକ ବସିଥିବାବେଳେ ଆଜି ଜେଡିୟୁର ବୈଠକ ବସିବ । ଏହା ପରେ ନୀତିଶ କୁମାର ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଜେପିର ବୈଠକ ବି ଆଜି ପୁଣି ଡକାଯାଇଛି । ସେହିପରି ଅମତି ଶାହ ଓ ଜେପି ନଡ୍ଡା ବିହାର ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଅମିତ୍ ଶାହ ଆଜି ତାଙ୍କର ପଶ୍ଚିମବଙ୍ଗ ଗସ୍ତ ବାତିଲ କରି ବିହାର ଯିବା ନେଇ ସୂଚନା ମିଳିଛି । କୁହାଯାଉଛି ଯେ ବିହାରରେ ନୂଆ ସରକାର ଗଠନ ସମୟରେ ଶପଥ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେଇପାରନ୍ତି ।