କନକ ବ୍ୟୁରୋ : ବୈଠକ ପରେ ତୁଟିଲା ବିବାଦ । ଜେଡିୟୁ ଅର୍ନ୍ତକନ୍ଦଳରେ ଲାଗିଲା ବିରାମ । ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଲଲନ ସିଂଙ୍କ ମଧ୍ୟରେ ବୈଠକ ବସିଥିବାବେଳେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ସୂଚନା ରହିଛି । ଆରଜେଡି ସହ ନୀତୀଶଙ୍କ ଘନିଷ୍ଠତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଲଲନ ସିଂଙ୍କ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ବଢ଼ିଥିଲା । ଏପରିକି ନୀତୀଶ ଏନଡିଏକୁ ଫେରିବା ଖବର ମଧ୍ୟ ଜୋର ଧରିଥିଲା । ଏହା ଭିତରେ ନୀତୀଶ କୁମାର ଲଲନ ସିଂଙ୍କ ସହ ଆପୋଷ ବୁଝାମଣା କରିଛନ୍ତି । ସେପଟେ ଜେଡିୟୁର ଅର୍ନ୍ତ କନ୍ଦଳକୁ ନେଇ ବୟାନ ରଖିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଗୀରୀରାଜ ସିଂ କହିଛନ୍ତି ଲାଲୁଙ୍କ ଚକ୍ରବିହ୍ୟୁରେ ଫସିଛନ୍ତି ନୀତୀଶ, ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ହେବ ତେଜସ୍ୱୀ ।
ସିକ୍ରେଟ ମିଟିଂ ପରେ ଜେଡିୟୁ ଅର୍ନ୍ତକନ୍ଦଳରେ ଲାଗିଲା ବିରାମ । ବୈଠକରେ ନୀତୀଶ କୁମାର ଓ ଲଲନ ସିଂଙ୍କ ମଧ୍ୟରେ ଆପୋଷ ବୁଝାମଣା ସୂଚନା
/kanak/media/post_attachments/wp-content/uploads/2023/12/5-43.jpg)