କରୋନା ସଂକ୍ରମଣର ସଙ୍କଟ ଭିତରେ ଭୋଟ ଦେଲା ବିହାର । ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ । କଟକଣା ଭିତରେ ୧୬ଜିଲ୍ଲାର ୧ ହଜାର ୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

57

କନକ ବ୍ୟୁରୋ : ନୀତିଶ- ତେଜସ୍ୱୀ ଲଢ଼େଇ ଭିତରେ ଆଜି ଶେଷ ହୋଇଛି ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ୭୧ ଟି ଆସନ ପାଇଁ ହୋଇଛି ଭୋଟ ଗ୍ରହଣ । ସନ୍ଧ୍ୟା ୫ଟା ସୁଦ୍ଧା ୫୨ ଦଶମିକ ୨୪ ପ୍ରତିଶତ ମତଦାତା ଭୋଟ ଦେଇଛନ୍ତି । ୧୬ ଟି ଜିଲ୍ଲାରେ ହୋଇଥିବା ଏହି ମତଦାନରେ ଆଜି ୧ ହଜାର ୬୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।

ତେବେ ଏଥର ବିହାରବାସୀ କାହା ସପକ୍ଷରେ ଭୋଟ ଦେଉଛନ୍ତି ତାହା ଉପରେ ସାରା ଦେଶର ନଜର ରହିଛି । କାରଣ, ବିହାର ନିର୍ବାଚନରେ ପ୍ରଥମ ଥର ପାଇଁ ସବୁଠାରୁ ବଡ ପ୍ରସଙ୍ଗ ହୋଇଛି ବେକାରୀ ସମସ୍ୟା । ମହାମେଂଟର ମୁଖ୍ୟମନ୍ତ୍ରୀ ଚେହେରା ବନିଥିବା ତେଜସ୍ୱୀ ଯାଦବ ଏହି ପ୍ରସଙ୍ଗକୁ ଜୋରସୋରରେ ଉଠାଇବା ସହ ପ୍ରଥମ କ୍ୟାବିନେଟରେ ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକରୀ ଦେବାକୁ ଘୋଷଣା କରିଛନ୍ତି । ତେଜସ୍ୱୀଙ୍କୁ ଟକ୍କର ଦେବାକୁ ଯାଇ ୧୯ ଲକ୍ଷ ରୋଜଗାର ଦେବ ବୋଲି ଇସ୍ତାହାରରେ ଘୋଷଣା କରିଛି ବିଜେପି ।