କନକ ବ୍ୟୁରୋ : ମୋବାଇଲ୍ ଚୋରି କରିବାକୁ ଯାଇ ହଟହଟା ହେଲା ଚୋର । ବିହାରରୁ ଏଭଳି ଏକ ଚିତ୍ର ସାମନାକୁ ଆସିଛି । ବିହାରର ବେଗୁସରାଇ ଠାରୁ ଖଗରିଆ ଅଭିମୁଖେ ଟ୍ରେନ ଯାଉଥିଲା । ଆଉ ସାହେବପୁର କମଲ ଷ୍ଟେସନ ନିକଟରେ ଜଣେ ଚୋର ଟ୍ରେନର ଝରକା ଦେଇ ଯାତ୍ରୀଙ୍କ ମୋବାଇଲ ଝାମ୍ପିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଜଣେ ଯାତ୍ରୀ ଚୋରକୁ କାବୁ କରିନେଇଥିଲେ । ପର ଷ୍ଟେସନ ଆସିବା ଯାଏଁ ପାଖାପାଖୀ ୧୦ କିଲୋମିଟର ଯାଏଁ ଚୋର ସେମିତି ଚଳନ୍ତା ଟ୍ରେନରେ ଝୁଲିରହିଥିଲା ।
ଆଉ ଚୋର ଜଣକ ଜୀବନ ବଂଚେଇବାକୁ ଯାତ୍ରୀଙ୍କୁ ନେହୁରା ହୋଇଥିଲା । ପରେ ଖଗରିଆ ରେଲୱେ ପୋଲିସ ଚୋର ପଙ୍କଜ କୁମାରଙ୍କୁ ଗିରଫ କରିଛି । ଘଟଣାଟି ସେପ୍ଟେମ୍ବର ୧୪ ତାରିଖର । ସାମାଜିକ ଗଣମାଧ୍ୟମରେ ଏବେ ଏହି ଭିଡିଓ ଏବେ ଭାଇରାଲ ହୋଇଛି ।