ନୀତିଶ-ତେଜସ୍ୱୀ ଭେଟଘାଟ । ବିହାର ରାଜନୀତି ସରଗରମ । ଶାହଙ୍କ ଗସ୍ତ ପୂର୍ବରୁ ବଢିଲା ଚର୍ଚ୍ଚା । 

216

କନକ ବ୍ୟୁରୋ : ବିହାରରେ ରାଜନୈତିକ ପାଣିପାଗ ପୁଣି ସରଗରମ ହୋଇଛି । ନୀତିଶ-ତେଜସ୍ୱୀଙ୍କ ଦ୍ୱିତୀୟ ଥର ଭେଟ ପୁଣି ମାହୋଲକୁ ଗରମ କରିଛି ।  ଗୋଟିଏ ମାସରେ ଲଗାତର ଦ୍ୱିତୀୟ ଥର ପାଇଁ ଭେଟ ହେବା ଭିନ୍ନ ସମୀକରଣକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀ ଦଳ ନେତା ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଇଫତାର ପାର୍ଟିରେ ଏକାଠୀ ହୋଇଛନ୍ତି । ଜାତୀୟ ଜନଗଣନାକୁ ନେଇ ବିହାରରେ ଲଢେଇ ଜୋରଦାର ଚାଲିଥିବା ବେଳେ ଏହି ଦୁଇ ନେତା ଏକାଠୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସାକ୍ଷାତ ପୂର୍ବରୁ ତେଜସ୍ୱୀ ସ୍ପଷ୍ଟ କରିଥିଲେ ଯେ କୌଣସିବି ସ୍ଥିତିରେ ବିହାରରେ ଜାତୀୟ ଜନଗଣନା ଚାହୁଁଛନ୍ତି । ଏହା ପୂରା ନହେବା ଯାଏ ଏଭଳି ପ୍ରୟାସ ଜାରି ରହିବ ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ତେଜସ୍ୱୀଙ୍କ ମଧ୍ୟରେ ୪୫ ମିନିଟର ଲମ୍ବା ଆଲୋଚନା ପରେ ସ୍ପଷ୍ଟ କରିଛନ୍ତି ଯେ ଜାତୀୟ ଜନଗଣନା ହେବ । ଶୀଘ୍ର ସର୍ବଦଳୀୟ ବୈଠକ ଡକାଯିବ । ତେବେ କାହିଁକି ଏଥିରେ ଡେରି କରାଯାଉଥିବା ନେଇ ଗଣମାଧ୍ୟମର ପ୍ରଶ୍ନରେ ସେ ମୁଖ୍ୟମନ୍ତ୍ରୀଙ୍କର ସୁରକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ତେଜସ୍ୱୀ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଯେଉଁ ପଦଯାତ୍ରା ପାଇଁ ପ୍ରସ୍ତୁତି କରିଥିଲି ତାହା ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି । ସରକାର ଯଦି ଆମର ଦାବି ନଶୁଣନ୍ତି ତେବେ ଆଗାମୀ ଦିନରେ ଆମେ ରାସ୍ତାରେ ଆନ୍ଦୋଳନ ପାଇଁ ଓହ୍ଲାଇବୁ  ।