କନକ ବ୍ୟୁରୋ : ୨୦୧୯ରେ ବିହାରର ବେଗୁସରାଏରୁ ନିର୍ବାଚନ ଲଢିଥିବା କହ୍ନେୟା କୁମାରଙ୍କ ଟିକେଟ ଚଳିତ ନିର୍ବାଚନରେ ଇଣ୍ଡିଆମେଣ୍ଟ କାଟି ଦେଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ଠାରୁ ଏହି ଆସନ ଛଡାଇ ନେଇଛି । ସିପିଆଇ ଏହି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସିପିଆଇ ତରଫରୁ ବେଗୁସରାଏ ଆସନ ପାଇଁ ଦଳର ପୂର୍ବତନ ବିଧାୟକ ଅବଧେଶ କୁମାର ରାୟଙ୍କ ନାମ ଘୋଷଣା କରିଛି । ସିପିଆଇର ରାଷ୍ଟ୍ରୀୟ ମହାସଚିବ ଡି.ରାଜା ଏହି ଘୋଷଣା କରିଛନ୍ତି । ଶୁକ୍ରବାର ଦିନ ପାଟନା ଠାରେ ସାମ୍ବାଦିକ ସମ୍ମିଳନୀ କରି ଦଳ ଏହି ସୂଚନା ଦେଇଛି ।
ସାମ୍ବାଦିକ ସମ୍ମିଳନୀରେ ଡି.ରାଜା କହିଛନ୍ତି କି, ଆମ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅବଧେଶ କୁମାର ରାୟ ଲୋକସଭା ନିର୍ବାଚନ ଲଢିବେ । ଏହାସହ ଡ.ରାଜା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ କଡ଼ା ନିନ୍ଦା କରିଛନ୍ତି । ସେ କହିଛନ୍ତି କି, କେନ୍ଦ୍ର ସରକାର ସରକାରୀ ଏଜେନ୍ସିଗୁଡିକୁ ବ୍ୟବହାର କରୁଛନ୍ତି ।
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଏବେର କଂଗ୍ରେସ ନେତା କହ୍ନେୟା କୁମାର ୨୦୧୯ରେ ସିପିଆଇ ଟିକେଟରୁ ବେଗୁସରାଏ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । ତାଙ୍କର ପ୍ରତିଦ୍ୱନ୍ଦୀ ଥିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ହେଲେ କହ୍ନେୟା କୁମାର ଗିରିରାଜ ସିଂଙ୍କ ଠାରୁ ପାଖାପାଖି ୪.୫ ଲକ୍ଷ ଭୋଟରେ ପରାଜିତ ହୋଇଥିଲେ । ଏହାପରେ ସେ ସିପିଆଇ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/Capture-22.jpg)