ବିହାରର ମୁଜଫରପୁରରେ ମସ୍ତିଷ୍କ ଜ୍ୱରର ପ୍ରଭାବରେ ଆସିବା ପରେ ଅନେକ ଶିଶୁ ନିଜ ଜୀବନ ହରାଇଲେଣି । ଏହି ଜ୍ୱର କାରଣରୁ ୧୦୦ ରୁ ଅଧିକ ଶିଶୁ ନିଜ ଜୀବନ ହରାଇଲେଣି । ‘ଏକ୍ୟୁଟ୍ ଇନ୍ସେଫ୍ଲାଇଟିସ୍ ସିଣ୍ଡ୍ରୋମ’ ଅର୍ଥାତ୍ ମସ୍ତିଷ୍କ ଜ୍ୱରରେ ଇମ୍ୟୁନିଟି ଦୁର୍ବଳ ହେବା କାରଣରୁ ୧ ରୁ ୮ ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହି ରୋଗ ଅଧିକ ଦେଖାଯାଏ ।
କ’ଣ ଏହି ମସ୍ତିଷ୍କ ରୋଗ ?
‘ଏକ୍ୟୁଟ୍ ଇନ୍ସେଫ୍ଲାଇଟିସ୍ ସିଣ୍ଡ୍ରୋମ’ ରେ ପୀଡିତ ଶିଶୁର ଗୋଡ ହାତ ଟାଣିବା ଭଳି ଲାଗେ ଏବଂ ମସ୍ତିଷ୍କ ତଥା ଶରୀରରେ ଟାଣ ହେଲା ଭଳି ଲାଗେ । ଇନ୍ସେଫଲାଇଟିସ୍ ମସ୍ତିଷ୍କ ସହ ଜଡିତ ଥିବା ଏକ ଗମ୍ଭୀର ସମସ୍ୟା । ମସ୍ତିଷ୍କରେ ଲକ୍ଷ ଲକ୍ଷ କୋଷିକା ଥାଆନ୍ତି । ଯାହା କାରଣରୁ ଶରୀରରେ ସବୁ ଅଙ୍ଗ ସୁଚାରୁ ରୁପେ କାମ କରିଥାନ୍ତି । ଏହି କୋଷିକାରେ କିଛି ପୀଡା ହେଲେ ‘ଏକ୍ୟୁଟ୍ ଇନ୍ସେଫ୍ଲାଇଟିସ୍ ସିଣ୍ଡ୍ରୋମ’ କୁହାଯାଇଥାଏ । ଏହା ଏକ ସଂକ୍ରାମକ ରୋଗ । ଏହି ରୋଗର ଭାଇରସ୍ ଶରୀରରେ ପହଂଚିବା କ୍ଷଣି ରକ୍ତରେ ପହଂଚି ଯାଇଥାଏ ଏବଂ ନିଜ ପ୍ରଜନନ ଆରମ୍ଭ କରିଦେଇଥାନ୍ତି । ଶରୀରରେ ଏହି ଭାଇରସ୍ ର ସଂଖ୍ୟା ବଢିବା ମାତ୍ରେ ଏହା ରକ୍ତରେ ମିଶି ବ୍ୟକ୍ତିର ମସ୍ତିଷ୍କ ପର୍ଯ୍ୟନ୍ତ ପହଂଚିଥାଏ । ମସ୍ତିଷ୍କରେ ପୀଡା ହେବା ମାତ୍ରେ ଏହି ରୋଗ ଆରମ୍ଭ ହୋଇଥାଏ ।
ଏହି ଜ୍ୱରର ଲକ୍ଷଣ ?
ଏହି ଜ୍ୱରରେ ପିଲାକୁ ଲଗାତାର ଜ୍ୱର ଲାଗିରହିବା ସହ ଶରୀରରେ ପୀଡା ରହିଥାଏ । ଦାନ୍ତ ଉପରେ ଦାନ୍ତ ଚଢାଇବା ଭଳି ସ୍ଥିତି ଲାଗିରହିଥାଏ । ଦୁର୍ବଳ ହେବା କାରଣରୁ ପିଲାଟି ବାରମ୍ବାର ଚେତାଶୂନ୍ୟ ହୋଇଯାଏ । ଏନ୍ସିଫଲାଇଟିସ୍ ମଧ୍ୟରେ ଡାକ୍ତର ଏମଆରଆଇ ତଥା ସିଟି ସ୍କାନ୍ କରାଇ ପାରିବେ । ଏହାଛଡା ଏହି ଜ୍ୱରର ପରିଚୟ ରକ୍ତ ତଥା ପରିଶ୍ରାର ଜାଞ୍ଚ୍ ଦ୍ୱାରା ମଧ୍ୟ କରାଯାଇପାରିବ । ମସ୍ତିଷ୍କର ବାୟୋପ୍ସି ମଧ୍ୟ କଢାଯାଇପାରିବ ।
ଜ୍ୱର ହେବା ପରେ କରିବେ କ’ଣ ?
ପିଲାକୁ ଅଧିକ ଜ୍ୱର ହେବା ପରେ ତା ଶରୀରକୁ ଓଦା କପଡାରେ ପୋଛନ୍ତୁ । ଏଭଳି କରିବା ଦ୍ୱାରା ଜ୍ୱର ମୁଣ୍ଡ ଉପରକୁ ଚଢିବ ନାହିଁ । ପାଟାସିଟାମୋଲ୍ ବଟିକା କିମ୍ବା ସିରପ୍ ଡାକ୍ଟରଙ୍କ ପରାମର୍ଶରେ ରୋଗୀକୁ ଖାଇବାକୁ ଦିଅନ୍ତୁ । ପିଲାଙ୍କୁ ସଫା ବାସନରେ ତଥା ଏକ ଲିଟର ପାଣି ପକାଇ ଓଆରଏସ୍ ପାଣିରେ ଗୋଳାଇ ପିଇବାକୁ ଦିଅନ୍ତୁ । ୨୪ ଘଣ୍ଟା ପରେ ଏହି ଘୋଳକୁ ବ୍ୟବହାର କରନ୍ତୁ ନାହିଁ । ଜ୍ୱର ଆସିବା ପରେ ରୋଗୀକୁ ଡାହାଣ କିମ୍ବା ବାମ ପଟକୁ ଲେଉଟାଇ ଡାକ୍ତରଖାନା ନେଇଯାଆନ୍ତୁ । ରୋଗୀକୁ ଚେତାଶୂନ୍ୟ ହେବା ସମୟରେ ଛାଇ ଥିବା ସ୍ଥାନରେ ଶୁଆଇ ରଖନ୍ତୁ । ଜ୍ୱର ହେବା ସମୟରେ ପିଲାଟିର ଦେହରୁ କପଡା ବାହାର କରି ହାଲୁକା କପଡା ପିନ୍ଧାନ୍ତୁ ଏବଂ ବେକ ସିଧା ରଖନ୍ତୁ ।
ଜ୍ୱର ଆସିବା ପରେ କ’ଣ କରିବେ ନାହିଁ :
ପିଲାକୁ ଖାଲି ପେଟରେ ଲିଚୁ ଖୁଆଇବାର ଭୁଲ୍ କରନ୍ତୁ ନାହିଁ । କଞ୍ଚା ଲିଚୁ ଖାଆନ୍ତୁ ନାହିଁ । ପିଲାକୁ କମ୍ବଳ କିମ୍ବା ଗରମ ପୋଷାକ ପିନ୍ଧାନ୍ତୁ ନାହିଁ । ଚେତାଶୂନ୍ୟ ଅବସ୍ଥାରେ ପିଲାଟିକୁ କିଛି ଖୁଆଇବାକୁ ଚେଷ୍ଟା କରନ୍ତୁ ନାହିଁ । ରୋଗୀର ଶେଜରେ ବସନ୍ତୁ ନାହିଁ ଏବଂ ବିରକ୍ତ କରନ୍ତୁ ନାହିଁ । ରୋଗୀ ପାଖରେ ବସି ପାଟିତୁଣ୍ଡ କରନ୍ତୁ ନାହିଁ । ଗରମ ଦିନରେ ଫଳ ତଥା ଖାଦ୍ୟ ଜଲଦି ନଷ୍ଟ ହୋଇଥାଏ । ତେଣୁ ବାସି ଖାଦ୍ୟ ତଥା ଅଧିକ ପାଚିଲା ଫଳ ଠାରୁ ଦୂରେଇ ରୁହନ୍ତୁ । ଖାଇବା ପୂର୍ବରୁ ଏବଂ ପରେ ହାତକୁ ଭଲଭାବରେ ଧୁଅନ୍ତୁ । ସଫା ପାଣି ପିଅନ୍ତୁ ଏବଂ ପିଲାର ନଖ ବଢିବାକୁ ଦିଅନ୍ତୁ ନାହିଁ । ପିଲାଙ୍କୁ ଖରାରେ ଖେଳିବା ପାଇଁ ବାରଣ କରନ୍ତୁ । ରାତି ସମୟରେ ପିଲାକୁ ଖୁଆଇବା ପରେ ହିଁ ଶୁଆନ୍ତୁ । ଡାକ୍ତରଙ୍କ କହିବା ଅନୁସାରେ ଏହି ରୋଗ ପାଇଁ କେବଳ ଲିଚୁ ଦାୟୀ ନୁହଁ ଖରା ଏବଂ ଗରମ ମଧ୍ୟ ଏଥିପାଇଁ ଦାୟୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/5673f8bb6f6aa9b25e9b5a63460a5308.jpg)
/kanak/media/post_attachments/wp-content/uploads/2019/06/Acute-Encephalitis-Syndrome-300x138.jpg)
/kanak/media/post_attachments/wp-content/uploads/2019/06/fever_1560755784_618x347-300x168.jpeg)
/kanak/media/post_attachments/wp-content/uploads/2019/06/7b913850-3b2b-11e9-a334-8d034d5595df_image_hires_191903-300x205.jpg)
/kanak/media/post_attachments/wp-content/uploads/2019/06/Acute-Encephalitis-Syndrome-Bihar_16b4b9b9ca8_large-300x225.jpg)