କନକ ବ୍ୟୁରୋ : ବିହାର ବିଧାନସଭା ଚାଲିଥିବା ଶୀତକାଳୀନ ଅଧିବେଶନରେ ଜାରି ରହିଛି ବାକ୍ ବିତଣ୍ଡା । ଏହି କ୍ରମରେ ବିହାର ସରକାରରେ ଶ୍ରମ ମନ୍ତ୍ରୀଥିବା ଜୀବେଶ ମିଶ୍ରା ଏହି ବାକ ବିତଣ୍ଡା ଭିତରେ ପୁଣି ଏକ ବିବାଦ ଆଣିଛନ୍ତି । ସେ ବିଧାନସଭା ଯାଉଥିବା ବେଳେ ପୋଲିସ କର୍ମୀ ତାଙ୍କ ଗାଡିକୁ ଅଟକାଇଥିଲେ । ପୋଲିସଙ୍କର ଏଭଳି କାମକୁ ଦେଖି ରାଗିଯାଇଥିଲେ ମନ୍ତ୍ରୀ ଜୀବେଶ ମିଶ୍ରା । ସେ କହିଥିଲେ କି ଯେ ପର୍ଯ୍ୟନ୍ତ ମୋ ଗାଡିକୁ ଅଟକାଇଥିବା ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇ ନାହିଁ ସେପର୍ଯ୍ୟନ୍ତ ମୁଁ ବିଧାନସଭା ଯିବି ନାହିଁ ।
ସୂଚନା ମୁତାବକ ବିହାର ବିଧାନସଭା ଅଧିବେଶନର ଚତୁର୍ଥ ଦିନରେ ବିଜେପି କୋଟାରୁ ମନ୍ତ୍ରୀପଦ ପାଇଥିବା ଜୀବେଶ ମିଶ୍ରା ବିଧାନସଭା ଯାଉଥିଲେ । ହେଲେ ରାସ୍ତାରେ ତାଙ୍କ ଗାଡିକୁ ପୋଲିସକର୍ମୀମାନେ ଅଟକାଇଥିଲେ । ଏନେଇ ଜୀବେଶ ମିଶ୍ରା ଭୟଙ୍କର ଭାବେ ରାଗି ଯାଇଥିଲେ । ସେ ପୋଲିସକର୍ମୀଙ୍କୁ ଗାଳି ଗୁଲଜ କରିଥିଲେ । ମିଶ୍ରା ଅଭିଯୋଗ କରିଛନ୍ତି କି ପାଟନାର ଜିଲ୍ଲାପାଳ ଓ ଏସପିଙ୍କ ଗାଡିକୁ ରାସ୍ତାଦେବାକୁ ଯାଇ ପୋଲିସ କର୍ମୀ ମୋ ଗାଡିକୁ ଅଟକାଇଥିଲେ ।
ମିଶ୍ରା ଏତେ ରାଗିଯାଇଥିଲେ କି ପୋଲିସ କର୍ମୀଙ୍କୁ ଧମକ ଦେବାକୁ ଯାଇ କହିଥିଲେ “ଆମେ ସରକାର, ଜଣେ ଜିଲ୍ଲାପାଳ ଓ ଏସପିଙ୍କ ଗାଡିକୁ ରାସ୍ତା ଦେବାକୁ ଯାଇ ମୋ ଗାଡିକୁ ଅଟକାଇଥିବା ପୋଲିସ କର୍ମୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଉ” ।
ଏଭଳି ଘଟଣାକୁ ନେଇ ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ କହିଛନ୍ତି କି “ଯେଉଁ ପୋଲିସ କର୍ମୀ ମନ୍ତ୍ରୀଙ୍କ ଗାଡିକୁ ଅଟକାଇଲା ସେ ଜଣେ ମାନସିକ ଦୁର୍ବଳ ବ୍ୟକ୍ତି , ହେଲେ ଏଭଳି ଆଚରଣ ପାଇଁ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି ।” କେବଳ ଜେଡିୟୁ ବିଧାୟକ ନୁହଁନ୍ତି ଏହି ଘଟଣାକୁ ନେଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ କହିଛନ୍ତି କି ବିହାରରେ ଅଫିସର ରାଜ ଚରମସୀମାରେ ପହଂଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/Capture-3.jpg)