‘ବିହାରରେ ମଦ ଭଗବାନଙ୍କ ପରି, କେଉଁଠି ଦେଖାଯାଏନି ହେଲେ ସବୁଠି ଥାଏ’: ମଦ ବନ୍ଦ ଅଭିଯାନ ଉପରେ ଆରଜେଡି ନେତାଙ୍କ ମନ୍ତବ୍ୟ

162

କନକ ବ୍ୟୁରୋ: ବିହାରରେ ମଦ ବନ୍ଦ ଅଭିଯାନକୁ ନେଇ ମିଳିତ ସରକାରରେ ସାମିଲ ଦଳର ନେତାଙ୍କ ଭିନ୍ନ ଭିନ୍ନ ମତ ବିଭିନ୍ନ ସମୟରେ ଆସୁଛି । ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ପୂର୍ବ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝି ଓ ଉପେନ୍ଦ୍ର କୁଶୱାହା ନିତୀନ ସରକାରଙ୍କୁ ଘେରିଥିଲେ । ଏବେ ଆରଜେଡି ବିଧାୟକ ରାମବଲି ଚନ୍ଦ୍ରବଂଶୀଙ୍କ ବୟାନକୁ ନେଇ ଚର୍ଚ୍ଚା ।

କୁଢନୀକୁ ନିର୍ବାଚନୀ ପ୍ରଚାର କରିବାକୁ ଯାଇ ଚନ୍ଦ୍ରବଂଶୀ କହିଛନ୍ତି ଯେ, ବିହାରର ଜନତା ଏବେ ମଦ ବନ୍ଦ ପାଇଁ ପ୍ରସ୍ତୁତ ନାହାଁନ୍ତି । ଏହାପରେ କହିଛନ୍ତି , ‘ବିହାରରେ ମଦ ଭଗବାନଙ୍କ ପରି କେଉଁଠି ଦେଖାଯାଏ ନାହିଁ ହେଲେ ସବୁଠି ଥାଏ’ । ଏହାପରେ ସେ ରାଜ୍ୟର ଅନ୍ୟ ସବୁ ମୁଦ୍ଦା ଉପରେ ପ୍ରଶ୍ନ ଉଠାଇଥିଲେ । ତେବେ ମଦକୁ ନେଇ ଚନ୍ଦ୍ରବଂଶୀଙ୍କ ଏହି ବୟାନ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।