ଏମିତି ଲାଲୁ, ନୀତିଶଙ୍କ ସହ କଲେ ବଡ ଖେଳ... କାହିଁକି ନୀତିଶ କହିଲେ ମୁଁ ହେବି ନାହିଁ ମେଣ୍ଟର ସଂଯୋଜକ

ଏମିତି ଲାଲୁ, ନୀତିଶଙ୍କ ସହ କଲେ ବଡ ଖେଳ... କାହିଁକି ନୀତିଶ କହିଲେ ମୁଁ ହେବି ନାହିଁ ମେଣ୍ଟର ସଂଯୋଜକ

କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତ ମାସରେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ବିରୋଧୀଙ୍କ ଏକତାକୁ ମଜବୁତ କରିଛନ୍ତି । ବର୍ତ୍ତମାନ ସେ ଖୋଲାଖୋଲି କହିଛନ୍ତି ଯେ ସେ ଇଣ୍ଡିଆ ମେଣ୍ଟର ସଂଯୋଜକ ହେବାକୁ ଚାହୁଁନାହାନ୍ତି । ନୀତିଶ ସୋମବାର ସ୍ପଷ୍ଟ କରିଛନ୍ତି ଯେ ବିରୋଧୀ ମହାମେଣ୍ଟର ସଂଯୋଜକ ହେବାକୁ ତାଙ୍କର ଇଚ୍ଛା ନାହିଁ । ଏହା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଚର୍ଚ୍ଚା ଏହା ହେଉଛି ଯେ ଆରଜେଡି ସୁପ୍ରିମୋ କଂଗ୍ରେସ ସହ ମିଶି ନୀତିଶ କୁମାରଙ୍କ ସଂଯୋଜକ ହେବା ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବି ଉପରେ ରୋକ ଲଗାଇଦେଇଛନ୍ତି ।

ଗତ କିଛି ଦିନ ଧରି କଂଗ୍ରେସର ବରିଷ୍ଠ ନେତାଙ୍କ ବୟାନ ଉପରେ ଯଦି ନଜର ପକାଇବା ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲଙ୍କ ନାଁ କୁ ସାମ୍ନାକୁ ଆଣିଥିଲେ । ପାଟନାରେ ଯେତେବେଳେ ବିରୋଧୀ ଦଳର ବୈଠକ ପ୍ରଥମ ଥର ପାଇଁ ହୋଇଥିଲା ସେତେବେଳେ ଇସାରା ଇସାରାରେ ରାହୁଲ ଗାନ୍ଧୀଙ୍କର ବିବାହର କଥା କହିଥିଲେ । ସେତେବେଳେ ଲାଲୁଙ୍କ କଥାକୁ ସମସ୍ତେ ହସରେ ଉଡାଇ ଦେଇଥିଲେ । ତେବେ ଏହି କଥାରେ ବଡ ସନ୍ଦେଶ ଲୁଚିରହିଥିଲା । ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ ଗାନ୍ଧୀଙ୍କ ନାଁକୁ ଇସାର କରିଥିବା ଆଲୋଚନା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe