କନକ ବ୍ୟୁରୋ: ବିହାରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ପୂର୍ବରୁ ଅନେକ ଥର ଦେଖିବାକୁ ମିଳିଥିଲା । ତେବେ ନିକଟରେ ଅଲୋଲୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଚରମ ଅବହେଳା ଦେଖିବାକୁ ମିଳିଛି । ମହିଳାଙ୍କୁ ବିନା ନିଶ୍ଚେତକ ଦେଇ ଜବରଦସ୍ତି ଅପରେସନ କରିଦିଆଯାଇଛି । ମହିଳା କଷ୍ଟରେ ପାଟି କରୁଥିଲେ ମଧ୍ୟ ତାଙ୍କ ହାତଗୋଡ ଧରି ଜବରଦସ୍ତି ଅପରେସନ କରିଦିଆଯାଇଛି ।
ମହିଳା ଅଭିଯୋଗ କରିଛନ୍ତି ଯେ ସ୍ୱାସ୍ଥ୍ୟକର୍ମୀ ଜବରଦସ୍ତି ତାଙ୍କ ହାତଧରିବା ସହ ମୁହଁ ବନ୍ଦ କରି ଅପରେସନ କରିଦେଇଥିଲେ । ଏହି ସମୟରେ ସେ ବାରମ୍ବାର କଷ୍ଟରେ ଚିକ୍ରାର କରୁଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ । ସୂଚନା ଅନୁସାରେ ଗ୍ଲୋବାଲ ଡେଭଲପମେଣ୍ଟ ଇନିସିଏଟିଭ ନାମରେ ଗୋଟିଏ ବେସରକାରୀ ସଂସ୍ଥା ଏହି ମହିଳାଙ୍କ ଅପରେସନ କରାଇଛି । ଖଗଡିଆ ଜିଲ୍ଲାର ପରବତ୍ତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଘଟଣା ଘଟିଛି ।
ପରବତ୍ତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର ଜାରିରହିଥିଲା । ଏହି ସମୟରେ ମହିଳାଙ୍କୁ ବିନା ନିଶ୍ଚେତକ ଦେଇ ତାଙ୍କର ଅପରେସନ କରିଦିଆଯାଇଥିଲା । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ମହିଳାଙ୍କର ସଂକ୍ରମଣ ହୋଇଯାଏ ତେବେ ତାଙ୍କର ମୃତ୍ୟୁ ମଧ୍ୟ ହୋଇପାରେ । ତେବେ ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି ଘଟଣାର ତଦନ୍ତ ହେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Follow Us